କେନ୍ଦ୍ରାପଡ଼ା-//-: କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର ପ୍ରଭୁ ଆରାଧ୍ୟ ଦେବ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉ ଙ୍କ ମନ୍ଦିର ଦ୍ୱାର ସାଧାରଣ ଭକ୍ତ ମାନଙ୍କ ପାଇଁ ଦୀର୍ଘ ତିନି ମାସ ହେବ ବନ୍ଦ ଥିବା ବେଳେ ଆଜି ସାଧାରଣ ଭକ୍ତ ମାନଙ୍କର ଭଗବାନ ପାଖକୁ ଯିବା ଓ ଦର୍ଶନ କରିବାର ଯେଉଁ ଆଶା ଆକାଂକ୍ଷାର ଆଜି ଅନ୍ତ ଘଟିଛି. ସମଗ୍ର ବିଶ୍ୱରେ କୋରାନା ମହାମାରୀ କୁ ନେଇ ଯେଉଁ ଡର ଲାଗିରହିଛି ତାହା ସମଗ୍ର ଭାରତ ବର୍ଷରେ ତାହା ଦେଖିବାକୁ ମିଳିଛି. କେନ୍ଦ୍ର ସରକାର ନିଷ୍ପତି କ୍ରମେ ଦେଶର ସମସ୍ତ 30ଟି ରାଜ୍ୟ ନିଜ ନିଜ ରାଜ୍ୟ ମାନଙ୍କରେ ଲଗଡାଉନ ଲଗାଇଥିଲେ. ଯାହା ଫଳରେ କୋରନା ମହାମାରୀ ଉପରେ ଅଙ୍କୁଶ ଲଗା ଯାଇ ପାରିବ ଏହିପରିପେକ୍ଷିରେ ଏହା ଆମ ରାଜ୍ୟ ଓଡ଼ିଶାରେ ଦେଖିବାକୁ ମିଳିଥିଲା. ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ରାଜ୍ୟରେ ସମସ୍ତ ଦୋକାନ ବଜାର ଓ ମନ୍ଦିର, ଗୀର୍ଜା, ମସଜିଦ ଆଦି ଧାର୍ମିକ ଅନୁଷ୍ଠାନ ମାନଙ୍କ ଉପରେ ଯିବା ଆସିବାର କଟକଣା ଲଗାଯାଇଥିଲା. ଯାହା ଫଳରେ ସାଧାରଣ ଭକ୍ତ ଆଉ ଭଗବାନଙ୍କ ଭିତରେ ମିଳନ ହୋଇପାରୁନଥିଲା. କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାରେ କୋରନାର ସଂକ୍ରମଣ ସଂଖ୍ୟା ଦିନକୁ ଦିନ କମ ହେଉଥିବା ଫଳରେ ରାଜ୍ୟ ସରକାର ଲଗଡାଉନକୁ ଅନେକ ଅଂଶରେ କୋହଳ କରିଦେଇଛନ୍ତି. ଜିଲ୍ଲା ମାନଙ୍କରେ ଥିବା ଧାର୍ମିକ ଅନୁଷ୍ଠାନ ମାନଙ୍କରେ ଲାଗିଥିବା କଟକଣା ଉପରେ ଜିଲ୍ଲାପ୍ରଶାସନ ଉପରେ ନ୍ୟସ୍ତ କରିଦେଇଥିଲେ. କିନ୍ତୁ ଆଜି ଜିଲ୍ଲାପ୍ରଶାସନ ଧାର୍ମିକ ଅନୁଷ୍ଠାନ ଉପରେ ଲାଗିଥିବା କଟକଣାକୁ ଉଠାଇ ଦେଇଛନ୍ତି. ଯାହା ଦ୍ୱାରା ଆଜିଠାରୁ ସାଧାରଣ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିବ ଏବଂ ପ୍ରଭୁଙ୍କୁ ଦର୍ଶନ ମଧ୍ୟ କରିପାରିବି. ଆଜି ସାଧାରଣ ଭକ୍ତ ମାନେ ମନ୍ଦିର ଭିତରକୁ ପ୍ରବେଶ କରି ଫେରୁଥିବା ସମୟରେ ସେମାନଙ୍କ ମଧ୍ୟରେ ଯେଉଁ ଉତ୍ସହ ଓ ଉଦ୍ଧିପନ୍ନା ଥିଲା ତାହା ଆମେ ପଚାରି ବୁଝି ଥିଲୁ ଆସନ୍ତୁ ଦେଖିବା ସେମାନେ କଣ କହୁଛନ୍ତି…
ବହୁଦିନରୁ ହାତ ବାନ୍ଧି ବସିଥିଲା ସେବାୟତ ମାନେ ଆମ ପାଖରେ ବହୁତ ଖୁସି ବ୍ୟକ୍ତ କରିଥିଲେ ଆସନ୍ତୁ ଦେଖିବା କଣ କହୁଛନ୍ତି ସେବାୟତ ମାନେ…