ଦୀର୍ଘ ଛଅ ବର୍ଷହେବ ଅଧପାନ୍ତରୀଆ ଅବସ୍ଥାରେ ପଡ଼ିରହିଛି ବିଜୁ ସେତୁ

32

Get real time updates directly on you device, subscribe now.

କୋଟପାଡ଼ (ସଂଘର୍ଷ ମିଡିଆ ): – କୋରାପୁଟ ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲା କୁ ସଂଯୋଗ କରୁଥିବା ଗୁମୁଡା ବିଜୁ ସେତୁ ଦୀର୍ଘ ଛଅ ବର୍ଷ ହେଲା ଅଧପାନ୍ତରୀୟl ଅବସ୍ଥା ରେ ପଡ଼ି ରହିଛି l ଏଣେ ପ୍ରାୟ ଶହେଖଣ୍ଡ ଗ୍ରାମର ଲୋକେ ହେଉଛନ୍ତି ହନ୍ତସନ୍ତ, ବଞ୍ଚିତ ରହୁଛନ୍ତି ତାଙ୍କ ମୌଳିକ ସୁବିଧାରୁ, ଆମେ ସ୍ୱାସ୍ଥ୍ୟ, ଶିକ୍ଷା ଓ ବାଣିଜ୍ୟ କଥାକହିବାକୁ ଗଲେ ସଭିଏଁ ନିର୍ଭର କରନ୍ତି କୋଟପାଡ଼ ଉପରେ ଏବଂ କୋଟପାଡ଼ ଗୁମୁଡା ପାଞ୍ଚୟତର ବହୁତ ଚାଷ ଜମି ରହିଛି ଇନ୍ଦ୍ରାବତୀ ନଦୀ ଆରପାରି ନବରଙ୍ଗପୁର ଜିଲ୍ଲା ଚିର୍ମା ଅଂଚଳରେ,ହେଲେ ବାଧକ ସାଜିଛି ଅଧପlନ୍ତରୀୟl ସେତୁ l ଜନତାଙ୍କ ସମସ୍ୟା ଲାଘବ କରିବା ପାଇଁ ସ୍ଥାନୀୟ ତତ୍କାଳୀନ ପରିବହନ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଏବଂ ନବରଙ୍ଗପୁର ବିଧାୟକ ଶ୍ରୀ ମନୋହର ରନ୍ଧାରୀ ଏବଂ ନବରଙ୍ଗପୁର ସାଂସଦ ଶ୍ରୀ ବଲଭଦ୍ର ମାଝୀ ଇନ୍ଦ୍ରାବତୀ ନଦୀ ଗୁମୁଡା ଠାରେ ବିଜୁ ସେତୁ ପାଇଁ 2015 ମସିହା ରେ ଭିତ୍ତିପ୍ରସ୍ଥ ସ୍ଥାପନ କରି ଫଳକର ଉନ୍ମୋଚନ କଲେ ସତ କିନ୍ତୁ, ତିନି ତିନି ଜଣ ଶାସକ ଦଳର ପ୍ରଭାବ ଶାଳୀ ନେତା ଥିଲେ ହେଁ ଏ ଯାଏଁ ସମ୍ପୂର୍ଣ୍ଣ ହୋଇପାରିନି ସେତୁଟି ଏଣେ ଦି ଦି ଥର କଣ୍ଟ୍ରାକ୍ଟର ବଦଲ ହୋଇ ସାରିଲେଣି l ଅନ୍ୟା ପକ୍ଷେ ନଜର ପକେଇଲେ ଗ୍ରୀଷ୍ମ ଦିନରେ ଜେଣତେଣ କରି ଲୋକେ ନଇଁରେ ଭଙ୍ଗା ଦଦରା ଡ଼ଙ୍ଗା ସାହାଯ୍ୟରେ ଛୋଟିଆ ଛୋଟିଆ ଛୁଆ ସହ ବିପଦଗାମୀ ହୋଇ ପାରି କରି ଯାନ୍ତି କିନ୍ତୁ ବର୍ଷା ଋତୁ ହେଲେ ବିଡମ୍ବନା କହିଲେ ନସରେ, ନଦୀ ମୁହାଣ ଛୁଇଁବା ପରେ ପରିସ୍ଥିତି ଜଟିଳ ହୋଇଯାଏ, ଭଙ୍ଗା ଅଚଳ ସରକାରୀ ଡ଼ଙ୍ଗା ଏବଂ ବେସରକାରୀ ଛୋଟିଆ ଡ଼ଙ୍ଗା ଛଡା ଅନ୍ୟା କୌଣସି ବ୍ୟବସ୍ଥା ବି ନାହିଁ, ବିପଦଗାମୀ ହୋଇ ଜରୁରୀ କାଳୀନ ପରିସ୍ଥିତି ରେ ପାରିହୁଅନ୍ତି ଲୋକେ, ଗର୍ଭବତୀ ଙ୍କ ପ୍ରସୂତି ପାଇଁ ହେଉ କିମ୍ବା କୁନିକୁନି ଛୁଆଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉ ଚିର୍ମା ଅଂଚଳ ର ସଭିଏଁ ଡ଼ଙ୍ଗା ସାହାଯ୍ୟରେ ନଦୀ ପାରି ହୋଇ କୋଟପାଡ଼ ଡାକ୍ତରଖାନା କୁ ଆସିଥାନ୍ତି ଏଥିରୁ ଅନୁମାନ କରାଯଇପାରେ କିଭଳି ରହୁଥିବ ପରିସ୍ଥିତି l ଶାସକ ଦଳ ନେତା ଥାଇ କଣ ପାଇଁ ପୋଲଟି ନିର୍ମାଣ ଶେଷ ହେଇ ପାରୁନି ଏହା ସାଧାରଣ ରେ ଏକ ପ୍ରଶ୍ନ ସୃଷ୍ଟିକରୁଛି l ଏଥିରେ ଅଛି କୌଣସି ରାଜନୀତି, ନା ଅନ୍ୟ କୌଣସି ରହସ୍ୟ…, ଏହା ଅଂଚଳ ରେ ଚର୍ଚ୍ଚା ଜୋରଧରିବା ରେ ଲାଗିଛି l ଯଦି ଏହି ସେତୁ ସମ୍ପୂର୍ଣ୍ଣ ନହୁଏ ତା ହେଲେ ଶାସକ ଦଳକୁ ଆଗନ୍ତ ପଂଚାୟତ ଇଲେକ୍ସନରେ ପ୍ରତିକୂଳ ଜବାବ ଦେବେ କହି ଚେତେଇଦେଇ ଛନ୍ତି ଅଞ୍ଚଳବାସୀ l ଦେଖିବାରେ ବାକି ରହିଲା ଶାସନ ବିଜୁସେତୁ ଶୀଘ୍ର ସମ୍ପୂର୍ଣ କରି ଆଗନ୍ତ ନିର୍ବାଚନରେ ନିଜ ପାଇଁ ମୋହର ଲଗାଉଛି ନା ଜନତାଙ୍କ ଆକ୍ରୋଶ ଓ ଜବାବକୁ ଅପେକ୍ଷା କରୁଛି l କୋଟପାଡ଼ରୁ ଜି ବି ରାଜଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More