ଦୀର୍ଘ ଆଠ ମାସ ପରେ ବସିଲା ଜିଲ୍ଲା ମେଡିକାଲ ବୋର୍ଡ

22

Get real time updates directly on you device, subscribe now.

କେନ୍ଦ୍ରାପଡ଼ା 🙁 ସଂଘର୍ଷ ମିଡିଆ ) : କରୋନା ମହାମାରୀ ପାଇଁ ମାସର ପ୍ରତି ଶୁକ୍ରବାର ଦିନ ଭିନ୍ନକ୍ଷମଙ୍କୁ ପରୀକ୍ଷା କରି ଇଉଡିଆଇଡି ସାର୍ଟିଫିକେଟ ଦେବା ପାଇଁ ବସୁଥିବା ମେଡିକାଲ ବୋର୍ଡ ବିଗତ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହରୁ ବନ୍ଦ ହୋଇଯାଇଥିଲା। ଏହି ପରିବେଶ ବହୁ ପରିମାଣରେ ଜିଲ୍ଲାରେ କମିଥିବାରୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ବାରମ୍ବାର ଆଲୋଚନା କରିବା ପରେ ଚଳିତ ମାସ ପ୍ରତି ଶୁକ୍ରବାର ଏହା ଆରମ୍ଭ କରାଯିବାକୁ ସ୍ଥିର ହୋଇଥିଲା। ତଦନୁଯାୟୀ ଆଜି ୪୫ଜଣ ବିଭିନ୍ନ ବର୍ଷର ଦରଖାସ୍ତ କରିଥିବା ଭିନ୍ନକ୍ଷମଙ୍କୁ ଜିଲ୍ଲା ମେଡିକାଲ ବୋର୍ଡ ରେ ଯୋଗ ଦେବାକୁ ସିଡିଏମଓଙ୍କ କାର୍ଯ୍ୟାଳୟରୁ ବାର୍ତ୍ତା ପ୍ରେରଣ କରାଯାଇଥିଲା। ତଦନୁଯାୟୀ ଚଳିତ ମାସର ପ୍ରଥମ ଶୁକ୍ରବାର ୦୬/୧୧/୨୦୨୦ ରିଖ ଜିଲ୍ଲା ମେଡିକାଲ ବୋର୍ଡ ସିଡିଏମଓ ଡଃ ଅନୀତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା। ଅସ୍ତିଶଲ୍ୟ ବିଭାଗର ୧୯ଜଣ, ଶ୍ରବଣ ଶକ୍ତି ବିଭାଗର ୪ଜଣ, ଶିଶୁ ବିଭାଗର ୪ଜଣ ,ଭେଷଜ ବିଭାଗର ୨ଜଣ ଓ ଚକ୍ଷୁ ବିଭାଗର ୧୨ଜଣ ,ମୋଟ ୪୧ଜଣ ଭିନ୍ନକ୍ଷମ ବୋର୍ଡରେ ଯୋଗ ଦେଇଥିଲେ। ଡଃ ବି କେ ଦାସ, ଡଃ କେ ସି ମିଶ୍ର, ଡଃ ଏନ ବେହେରା, ଡଃ ଏମ ପାଣିଗ୍ରାହୀ ଓ ଡଃ ଏସ କେ ଦାସ ରୋଗୀ ମାନଙ୍କୁ ପରୀକ୍ଷା କରିଥିଲେ। ସାମାଜିକ ଦୂରତା ସହ ମୁହଁରେ ମାସ୍କ, ହାତ ସାନିଟାଇଜର କରିବା ଆଦି ପାଳନ କରାଯାଇ ରୋଗୀ ମାନଙ୍କୁ ଶୃଖଳାର ସହିତ ପରୀକ୍ଷା କରାଯାଇଥିଲା। ଏଥିରେ ସିଡିଏମଓଙ୍କ କାର୍ଯ୍ୟାଳୟର ହେମନ୍ତ କୁମାର ଓ ରମାକାନ୍ତ ଦାସ ଆଦି ସହଯୋଗ କରିଥିଲେ। ସବୁ ଗୁଡିକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦାସ ତଦାରଖ କରିବା ସହ ଆସନ୍ତା ସପ୍ତାହରୁ କ୍ରମେ କ୍ରମେ ଅଧିକ ଭିନ୍ନକ୍ଷମଙ୍କୁ ଏହି ବୋର୍ଡକୁ ଡକାଯିବ ବୋଲି ପ୍ରକାଶ କରିଥିଲେ। ଅନ୍ୟ ଜିଲ୍ଲା ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ନଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ଦୃଢ ଇଚ୍ଛାଶକ୍ତି ବଳରେ ଓ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ପ୍ରଚେଷ୍ଟାରେ କେନ୍ଦ୍ରାପଡ଼ାରେ ଏହା ଆରମ୍ଭ ହୋଇଥିବାରୁ ଜିଲ୍ଲାର ଭିନ୍ନକ୍ଷମ ମାନେ ଏହାର ସୁଯୋଗ ନେଇପାରିବେ ବୋଲି ଆଶା ରଖିଛନ୍ତି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦାସ।
କେନ୍ଦ୍ରାପଡ଼ା ରୁ ଭିକାରୀ ଚରଣ ରାଉତଙ୍କ ସହ ସୁନୀଲ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More