ଦୀପ ନିଆଁ ଲାଗି ମହିଳା ମୃତ

14

Get real time updates directly on you device, subscribe now.

ଗଞ୍ଜାମ(ସଂଘର୍ଷ ମିଡିଆ) :-ଗଞ୍ଜାମ ଜିଲ୍ଲା ତାରାସୀଙ୍ଗି ଥାନା ଅଧୀନ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଗେରେଡ଼ା ସଂରକ୍ଷିତ ଜଙ୍ଗଲ ନିକଟରେ ଜଣେ ମହିଳା ନିଆଁରେ ପୋଡ଼ି ହୋଇ ମୃତ । ମୃତ ମହିଳା ଜଣକ ଗେରେଡା ଗ୍ରାମର ରମେଶ ନାଇକଙ୍କ ଝିଅ ମାଳତୀ ନାଇକ । ମାଳତୀ ବେଲଗୁଣ୍ଠାରେ ବିବାହ କରିଥିବା ବେଳେ ସ୍ୱାମୀ ସନ୍ତୋଷ ବାହାର ରାଜ୍ୟରେ ରହି କାମ କରୁଛନ୍ତି । ଦୁହିଁଙ୍କ ଏକ ବର୍ଷର ପୁଅ ଟିଏ ରହିଛି । ସୂଚନା ପ୍ରକାରେ କିଛିଦିନ ପୂର୍ବରୁ ବାପ ଘର ଗେରେଡ଼ାକୁ ଆସି ନିକଟରେ ଥିବା ମା ପେଣ୍ଡୁରାବାଲି ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିବା ବେଳେ ଦୀପ ନିଆଁ ସଂସ୍ପର୍ଶରେ ଆସି ପୋଡ଼ି ହୋଇଯାଇଥିଲେ । ନିଜ ଜୀବନ ବଞ୍ଚେଇବା ପାଇଁ ପାଖରେ ଥିବା ନନ୍ଦ କୂଅକୁ ଡେଇଁ ପଡ଼ିଥିଲେ । ପରେ ଘଟଣା ସ୍ଥଳରେ କିଛି ଲୋକ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେଇ ଗୁରୁତର ଅବସ୍ଥାରେ ମାଳତୀ କୁ ଉଦ୍ଧାର କରି ଭଞ୍ଜନଗର ଡ଼ାକ୍ତରଖାନାକୁ ପଠାଇ ଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More