ଦୀପାବଳୀ ଉତ୍ସବ ପାଳିତ

15

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) – ସବୁ ବର୍ଷ ପରି ଏବର୍ଷ ମାନସିକ ଭିନ୍ନକ୍ଷମ ମାନଙ୍କ ସହିତ ସେମାନଙ୍କର ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଅଭିଭାବକ ଓ ପରିଚାଳନା କମିଟି ର ସଦସ୍ୟମାନେ ତଥା ଅତିଥିଙ୍କ ଗ୍ରହଣରେ ଶ୍ରଦ୍ଧା ଅନୁଷ୍ଠାନ ପରିସର ରେ ଦୀପାବଳୀ ଉତ୍ସବ ପାଳିତ ହୋଇଯାଇଛି । ଶ୍ରଦ୍ଧା ର ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ଏ ବର୍ଷ ମଧ୍ୟ ଅନ୍ତେବାସୀ ମାନେ ନିଜ ହାତରେ ଦୀପ, ମହମବତୀ ଦୀପାବଳୀ ଉପଲକ୍ଷେ ତିଆରି କରିଛନ୍ତି । ଆନୁମାନିକ ୨ ହଜାର ଟଙ୍କା ର ଏହା ବଜାର ରେ ଏବଂ ନିଜ ସମ୍ପର୍କିୟ ତଥା ପାଖ ଆଖ ର ଲୋକମାନଙ୍କୁ ବିକ୍ରୀ କରାଯାଇଛି । କିନ୍ତୁ ନିଜ ହାତତିଆରି କଳାକୃତି କୁ ନିଜେ ଉପଯୋଗ କରି ଆନନ୍ଦ ପାଇବାକୁ ସବୁ ବର୍ଷ ଅପେକ୍ଷା କରିଥାନ୍ତି ଏହି ଦିବ୍ୟାଙ୍ଗ ମାନେ। ତେଣୁ ଆଜି ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ” ଦୀପାବଳୀ ଉତ୍ସବ ଆସ ପାଳିବା ” ଶ୍ରଦ୍ଧା ଅନୁଷ୍ଠାନର ଦୀପକ ସେବାଶ୍ରମ ଠାରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସସ୍ମିତା ଜେନା, ରାଉରକେଲା ରାଉଣ୍ଡ ଟେବୁଲ ୧୯୪ର ଅଧ୍ୟକ୍ଷ ଗଗନଦୀପ ସାଲୁଜା, ରାଉରକେଲା ଲେଡି ସର୍କଲ ୧୨୦ର ଅଧ୍ୟକ୍ଷା ଜଗଜିତ ଆରୋରା, ଗୌରବ ବାଗାଡିଆ, ଅଭିଜିତ ମହାନ୍ତି ଓ ଅନ୍ନଦା ଅନୁଷ୍ଠାନର ଗଣେଶ ଜୟସ୍ବାଲ,ନଳିନୀ ରାୟ ପ୍ରମୁଖ ଯୋଗଦେଇ ଦୀପ ମହମବତୀ କିଣିବା ସହ ଅନ୍ତେବାସୀଙ୍କୁ ପ୍ରୋତ୍ସାହନ ସ୍ବରୂପ ଉପହାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରଦ୍ଧା ର ସଭାପତି ପଶୁପତିନାଥ ଚାଟାର୍ଜୀ, ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ଶିକ୍ଷୟିତ୍ରୀ ପ୍ରିତୀ ବାରିକ, ସୁଜାତା ରାଉତ, ସୁକୁମାର ପାଣ୍ଡବ, ପ୍ରଭାତୀ ପ୍ରଧାନ, ଧୀରେନ୍ଦ୍ର କୁମାର ଓଝା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ସଞ୍ଜୟ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More