ଦୀପାବଳୀକୁ ନିଆରା ଢଙ୍ଗରେ ପାଳନ କଲେ ମେହେର ସମ୍ପ୍ରଦାୟର ଲୋକେ

15

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) :- ,-ବୌଦ୍ଧ ଜିଲ୍ଲା ର ବିଭିନ୍ନ ସ୍ଥାନରେ ପାଳିତ ହେଲା ଆଲୋକ ର ପର୍ବ ଦୀପାବଳୀ । ହେଲେ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି ବୌଦ୍ଧ ଜିଲ୍ଲା ବାଉଁଶୁଣି ଗ୍ରାମର ମେହେର ସମ୍ପ୍ରଦାୟ ର ଲୋକେ । ଘରେ ଘରେ ଜମିଥାଏ ପିଠାପଣା ର ଆସର ଏବଂ ସଂଧ୍ୟା ସମୟରେ ଆଖୁରେ ଦୀପଜାଳି ଗ୍ରାମର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ରଜାବାହାବେ ଖଣ୍ଡଖଜା ଖାବେ ଅନ୍ଧାରେ ଆଓ ଉଜୁଲେ ଯାଉ ବୋଲି ବଡ଼ବଡ଼ିଆ ଡାକିଥାନ୍ତି । ଏହି ପରମ୍ପରାରେ ଛୋଟ ରୁ ବୃଦ୍ଧ ପର୍ଯ୍ୟନ୍ତ ସାମିଲ୍ ହୋଇ ଏହି ପର୍ବକୁ ଧୁମଧାମ୍ ର ସହ ପାଳନ କରିଥାନ୍ତି । କିମ୍ବଦନ୍ତୀ ହିସାବରେ କହିବାକୁ ଗଲେ ବିଜୟା ଦଶମୀରେ ରାବଣ କୁ ମାରି ବିଜୟ ଲାଭକରି ଠିକ୍ ଏହି ଦିନ ପ୍ରଭୁ ରାମଚନ୍ଦ୍ର ବନରୁ ଅଯୋଧ୍ୟାକୁ ଫେରୁଥିବା ବେଳେ ଅନ୍ଧାର ହେବାରୁ ସେମାନେ ଆଲୋକ ଦେଖାଇବା ପାଇଁ ଏହି ପର୍ବକୁ କେଉଁ କାଳରୁ ଆଜି ଯାଏ ପାଳନ କରିଆସୁଛନ୍ତି ।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More