କଟକ ( ସଂଘର୍ଷ ମିଡିଆ ) : ଆସନ୍ତା ୧୪ ତାରିଖରେ ପବିତ୍ର ଦୀପାବଳି ଓ କାଳୀପୂଜା। ଚଳିତ ବର୍ଷ ଦୀପାବଳି ପାଇଁ ବାଣ ବିକ୍ରି ହେବ ନା ନାହିଁ ଏବଂ ବିକ୍ରି ପାଇଁ ଅନୁମତି ମିଳିବ ନା ନାହିଁ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୁଚନା ମିଳିନାହିଁ। ପ୍ରତ୍ୟକ ବର୍ଷ ବାଣ ବିକ୍ରି ପାଇଁ ସହରରେ ବିଭିନ୍ନ ଅଞ୍ଚଳର ଖୋଲା ସ୍ଥାନରେ ବାଣ ଦୋକାନ ଖୋଲିଥାଏ। ଆଉ ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗର ବାଣ ବିକ୍ରି ହୋଇଥାଏ। ବାଣକୁ କିଣିବା ପାଇଁ ଲୋକଙ୍କ ଗହଳିଚହଳି ଲାଗି ରହିଥାଏ। ମାତ୍ର ଚଳିତ ବର୍ଷ କରୋନା ଯୋଗୁଁ ବାଣ ବିକ୍ରି ଉପରେ ଅଙ୍କୁଶ ଲଗାଯିବା ଏକପ୍ରକାର ଦ୍ୱନ୍ଦ ସୃଷ୍ଟି କରିଛି। ଏସ୍ ଆର୍ ସି ଙ୍କ ଗାଇଡଲାଇନ୍ ଆସିଲେ ବାଣ ବିକ୍ରି କରିବାକୁ ଅନୁମତି ପ୍ରଦାନ କରାଯିବ ବୋଲି କଟକ ଡିସିପି ପ୍ରତୀକ ସିଂ ସୁଚନା ଦେଇଛନ୍ତି । ବର୍ତ୍ତମାନ କିଛି ବ୍ୟବସାୟୀ ବାଣ ଦୋକାନ କରିବାକୁ ଲାଇସେନ୍ସ ପାଇଁ ଆବେଦନ କରିଥିବାବେଳେ ଏସ ଆର୍ ସି ଙ୍କ ଯାହା ନିୟମ ଆସିବ ତାହା ପାଳନ କରାଯିବ ବୋଲି ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇଛନ୍ତି ଡିସିପି ପ୍ରତୀକ ସିଂ।