ଦି ସ୍କଲାର ପକ୍ଷରୁ ଏସଭିଏମ କଲେଜର ବେଷ୍ଟ ଗ୍ରାଜୁଏଟ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

14

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲ୍ଲା ପୁରୁଣା କୋର୍ଟଛକ ନିକଟରେ ଥିବା ଦି ସ୍କଲାର ଏକାଡେମୀ ପରିସରରେ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରୀ ପ୍ରଜ୍ଞା ପାରମିତା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଏସଭିଏମ କଲେଜର ଅବସର ପ୍ରାପ୍ତ ପୂର୍ବତନ ଅଧକ୍ଷ ଲିଙ୍ଗରାଜ ବେହେରା,ଏସଭିଏମ କଲେଜର ଜୁଲୋଜି ବିଭାଗର ଅବସର ପ୍ରାପ୍ତ ଅଜିତ କୁମାର ପଣ୍ଡା ଯୋଗ ଦେଇ ପ୍ରଜ୍ଞାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୂଚନା ଯୋଗ୍ୟ ଯେ ଜଗତସିଂହପୁର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଦି ସ୍କଲାର ଏକାଡେମୀରେ ପ୍ରଜ୍ଞା ପାରମିତା ନାୟକ ଶିକ୍ଷାଗ୍ରହଣ କରିବା ସହ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ଯୁକ୍ତ ତିନି ବିଜ୍ଞାନ ଜୁଲୋଜି ଅନର୍ସ ରେ ଅଧ୍ୟୟନ କରୁଥିଲେ । ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟର ଯୁକ୍ତତିନି ବିଭାଗରେ ସେ ସର୍ବାଧିକ ନମ୍ବର ରଖି ଶ୍ରେଷ୍ଠ ସ୍ନାତକ ସମ୍ନାନର ଅଧିକାରି ପ୍ରତିଭା ହୋଇଛନ୍ତି । ତାଙ୍କର ଏହି ସଫଳତାର ଶ୍ରେୟ ନିଜ ପିତାମାତା,ଏସଭିଏମ କଲେଜର ଅଧ୍ୟକ୍ଷ, ଓ ସ ଦି ସ୍କଲାର ଏକାଡେମୀର ପରିଚାଳନା ନିର୍ଦେଶକ ଦିଲ୍ଲୀପ କୁମାର ଜେନାଙ୍କୁ ଦେଇଛନ୍ତି। ପ୍ରଜ୍ଞା କହିଛନ୍ତି ଦିଲ୍ଲୀପ କୁମାର ଜେନାଙ୍କ ସଠିକ ଦିଗଦର୍ଶନ ଓ ପ୍ରେରଣା ଓ ଦି ସ୍କଲାରର ଅଭିଜ୍ଞ ଶିକ୍ଷକମାନଙ୍କ ଉଚ୍ଚକୋଟିର ଶିକ୍ଷାଦାନ ଦ୍ୱାରା ସେ ଏହି ସଫଳତା ହାସଲ କରିବା ସମ୍ଭବ ହୋଇପାରିଛି। । ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥିମାନେ ଶ୍ରେଷ୍ଠ ସ୍ନାତକ ହୋଇଥିବା ଛାତ୍ରୀ ପ୍ରଜ୍ଞା ପାରମିତା ନାୟକ ଓ ସ୍କଲାର ଏକାଡେମୀର ଉଜ୍ଜ୍ବଳ ଭବିଷ୍ୟତ ଭବିଷ୍ୟତ କାମନା କରିଥିଲେ ଓ ଭବିଷ୍ୟତରେ ସ୍କଲାର ଏକାଡେମୀ ଶିକ୍ଷାଦାନ କ୍ଷେତ୍ରରେ ଜିଲା ତଥା ରାଜ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରୁ ବୋଲି କାମନା କରିଥିଲେ ।ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାକୁ ଆଶୁତୋଷ ସ୍ବାଇଁ,ଲଷ୍ମୀଧର ଦାସ , ଗଗନ ବିହାରୀ ମହାନ୍ତି ଓ ରଞ୍ଜିତ ପରିଡା ପ୍ରମୁଖ ପରିଚାଳନା କରିଥିଲେ ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More