ଦିଲ୍ଲୀ ବୁଲିଲେ ଓଡ଼ିଶା ଚାଷୀ

14

Get real time updates directly on you device, subscribe now.

ଦିଲ୍ଲୀ(ସଂଘର୍ଷ ମିଡିଆ) : -ଦିଲ୍ଲୀରେ ଇଣ୍ଡିଆନ ଅଗ୍ରିକଲ୍ଚରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ପୁସା କ୍ୟାମ୍ପସ ସ୍ଥିତ ମେଳା ପଡିଆ ଠାରେ ୧୭- ୧୮.ଅକ୍ଟୋବର.୨୦୨୨ ଦୁଇଦିନ ଧରି ଚାଲିଥିବା କିସାନ ସମ୍ମାନ ସମ୍ମିଳନୀ ବୈଠକରେ ଭାରତ ବର୍ଷର ପ୍ରତ୍ୟେକ ରାଜ୍ୟର ପ୍ରାୟ ୨୫୦୦୦ ରୁ ଉର୍ଦ୍ଧ ଚାଷୀ ମାନେ ଏକତ୍ରିତ ହୋଇଥିଲେ ସେଥି ମଧ୍ୟରେ ଓଡ଼ିଶାରୁ ପ୍ରତ୍ୟେକ ଜିଲ୍ଲାର ୩୩ଗୋଟି କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ଦୁଇଜଣ ଭାବେ ମୋଟ ୬୨ଜଣ ଅଭିଜ୍ଞ ଚାଷୀଙ୍କୁ ଦିଲ୍ଲୀ ସମ୍ମିଳନୀ କୁ ପରିଦର୍ଶନ କରିବା ପାଇଁ ସାତଜଣ ଅଭିଜ୍ଞ ବୈଜ୍ଞାନିକ ମାଧ୍ୟମରେ ନିଆଯାଇଥିଲା।ଏହି ବୈଠକରେ ଅଭିଭାଷଣରେ ମୁଖ୍ୟ ଭାବେ ସାରା ଭାରତରେ ଗୋଟାଏ ସାର ନାମରେ ଭାରତ ବ୍ରାଣ୍ଡ ନାମରେ ନାମିତ ହେବାକଥା କହିଥିଲେ,FPO କୁ ଗୁରୁତ୍ୱ ଦେଇଥିଲେ,ଆଠ କୋଟି ଚାଷୀଙ୍କୁ ବାର ନମ୍ବର କିସ୍ତି DBT ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଖାତାକୁ ସୋଳ ହଜାର କୋଟି ଟଙ୍କା ଛାଡିଥିଲେ,ସାରା ଦେଶରେ ୬୦୦ ଗୋଟି ଇ ବିଜ୍ଞାପନ କେନ୍ଦ୍ରର ଶୁଭ ଉଦ୍ଘାଟନ କରିଥିଲେ ମାନ୍ୟବର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମ୍ମିଳନୀରେ ଯୋଗଦେବା ସହିତ ୫୦୦ରୁ ଉର୍ଦ୍ଧ କୃଷି ପ୍ରଦଶନି ଷ୍ଟଲ୍ କେନ୍ଦ୍ର ବୁଲି ବିଭିନ୍ନ କୌଶଳ ବିଷୟରେ ଜାଣିପାରି ବେଶ ଖୁସି ଅନୁଭବ କରୁଥିଲେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଚାଷୀ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More