ଦିବ୍ୟ ଦେବାଳୟ କାର୍ଯ୍ୟକ୍ରମର ଶୁଭାରମ୍ଭ

22

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) :- ସାମାଜିକ ଅନୁଷ୍ଠାନ “ଜୟ ରାଷ୍ଟ୍ର” ପକ୍ଷରୁ ସ୍ଥାନୀୟ କୋର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ‘ଦିବ୍ୟ ଦେବାଳୟ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି l କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ର ଶଲ୍ୟ ବିଶେଷଜ୍ଞ ଡାକ୍ତର ବିରେନ୍ଦ୍ର କୁମାର ଦାଶ ଏବ୍ଂ ଡିଏଭି ସ୍କୁଲ୍ ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ଵାଳ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ଅଧୀନରେ ‘ଜୟ ରାଷ୍ଟ୍ର’ ପକ୍ଷରୁ ପ୍ରତି ସପ୍ତାହରେ ମଠ, ମନ୍ଦିର ସମେତ ବିଭିନ୍ନ ଧର୍ମ ଅନୁଷ୍ଠାନ ପରିସର ପରିଷ୍କାର ପରିଚ୍ଛନ୍ନ କରିବା ସହ ସ୍ଥାନୀୟ ଅଞ୍ଛଳରେ ଏ ନେଇ ଜନସଚେତନତା ସୃଷ୍ଟି କରାଯିବ l ଆଜି ଜୟ ରାଷ୍ଟ୍ର ପକ୍ଷରୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ସଫେଇ କରାଯିବା ସହ ଏ ନେଇ ସଚେତନତା ପୋଷ୍ଟର ବିତରଣ କରାଯାଇଥିଲା l ପୂଜା ସାମଗ୍ରୀ ପଲିଥିନରେ ନଆଣିବା, ମନ୍ଦିର ପରିସରକୁ ନିଶା ସେବନ କରି ପ୍ରବେଶ ନ କରିବା ସହ ନିଜ ଘର ପାଖ ଦେବାଳୟ ପରିଚ୍ଛନ୍ନତା ଦାୟିତ୍ଵ ନେବା ପାଇଁ ଅନୁଷ୍ଠାନ ପକ୍ଷରୁ ଜନସାଧାରଣ ଙ୍କୁ ନିବେଦନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ମଳୟ ସାହୁ ଓ ରଶ୍ମି ରଞ୍ଜନ ସ୍ଵାଇଁ ପରିଚାଳନା କରିଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More