ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କଲା ପିଶାଚ ଟିମନ୍

13

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) :-ବୌଦ୍ଧ ଜିଲ୍ଲା ମନ ମୁଣ୍ଡା ଥାନା ଅଂଚଳରେ ଜଣେ ଦିବ୍ୟାଙ୍ଗ ବଳାତ୍କାର ହୋଇଥିବା ନେଇ ମନ ମୁଣ୍ଡା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ଅଭିଯୁକ୍ତ ପିଶାଚକୁ ଗାଁ ଲୋକେ ଧରି ପୋଲିସର ଜିମା ଦେଇଥିବା ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ମନ ମୁଣ୍ଡା ଥାନା ଅନ୍ତର୍ଗତ ଖଯୁରୋଜ ଗ୍ରାମର ଜଣେ ଦିବ୍ୟାଙ୍ଗ ଯୁବତୀ (୨୫) ଆଜି ପୂର୍ବାହ୍ନ ୧୧.୩୦ ମି.ସମୟରେ ଗାଁ ଠାରୁ ଦୂର ପଡ଼ିଆରେ ମେଣ୍ଢା ଚରାଉଥିବା ବେଳେ ସେହି ସମୟରେ ମଲ୍ଲିକପଡ଼ା ଗ୍ରାମର ଅଷ୍ଟମ ମାଝୀ ଓରଫ ଟିମନ୍ (୨୨) ସେହି ବାଟ ଦେଇ ଯାଉଥିବା ବେଳେ ଦିବ୍ୟାଙ୍ଗ ଝିଅଟିକୁ ଏକୁଟିଆ ଦେଖି ତାକୁ ଜୋର୍ ଜବରଦସ୍ତି ଟେକିନେଇ ଦୁଷ୍କର୍ମ କରିଥିଲା। ଗାଁ ଲୋକେ ଦୁର୍ବୁତ୍ତକୁ ଉତ୍ତମ ମଧ୍ୟମ ଦେବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି। ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More