ଦିବ୍ୟାଙ୍ଗ ମୋହନଙ୍କୁ ମିଳିଲା ଟ୍ରାଏ ସାଇକେଲ

18

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ )ମ : – ଦିବ୍ୟାଙ୍ଗ ମୋହନଙ୍କୁ ପ୍ରଶାସନ ତରଫରୁ ମିଳିଲା ଟ୍ରାଏ ସାଇକେଲ | ଆଜି ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ମୋହନଙ୍କୁ ଏହି ଟ୍ରାଏ ସାଇକେଲ ପ୍ରଦାନ କରିଥିଲେ | ମୋହନ ଜନ୍ମରୁ ଦିବ୍ୟାଙ୍ଗ, ଦୁଇ ଗୋଡ଼ କାର୍ଯ୍ୟକ୍ଷମ କରୁନଥିବାରୁ ସେ ବହୁ କଷ୍ଟରେ ବାଡି ଖଣ୍ଡେ ଧରି ଚଲା ବୁଲା କରୁଥିଲେ | ବିଦ୍ୟାଳୟ ଯିବାକୁ ବହୁତ ଅସୁବିଧା ହେଉଥିଲା | ବାପା ମା ବି ବହୁ ଆଡେ ନେଇ ଚିକତ୍ସା କରାଇଥିଲେ,କିନ୍ତୁ ସୁଫଳ ମିଳି ନ ଥିଲା | ଏ ନେଇ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ଗଣ ମାଧ୍ୟମରେ ଅବଗତ ହେବା ପରେ ଟ୍ରାଏ ସାଇକେଲ ପ୍ରଦାନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ରଞ୍ଜିତା ମଳିକ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More