କଳାହାଣ୍ଡି ( ସଂଘର୍ଷ ମିଡିଆ ) : –ରାଜ୍ୟ ସରକାରଙ୍କ ଭିର୍ଣ୍ଣକ୍ଷମ ସଶକ୍ତି କରଣ ବିଭାଗ ଦ୍ଵାରା ରାଜ୍ୟର ପ୍ରତି ବ୍ଲକ ଓ ପଞ୍ଚୟତରେ ଦିବ୍ୟଙ୍ଗ ଚିଂହ୍ନଟ ଶିବିର ଆୟୋଜନ କରି ସେମାନଙ୍କ ପାଇଁ ସରକାରଙ୍କ ଥିବା ବିଭିନ୍ନ ଯୋଜନାରେ ସାମିଲ କରାଯାଉଛି । କଳାହାଣ୍ଡି ଜିଲ୍ଲା , କୋକସରା ବ୍ଲକ ଲଡୁଗାଁ ପଞ୍ଚୟତ ମହାବୀର ଧର୍ମଶାଳାରେ ଏହି ଶିବର ରେ ବ୍ଲକର ୪ ପଞ୍ଚୟତ ଲଡୁଗାଁ ,ବରାଡୋଙ୍ଗା ,ଗମ୍ଭାରୀଗୁଡା ଓ କାଉଡୋଲା ପଞ୍ଚୟତରୁ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଦିବ୍ୟଙ୍ଗ ପହଞ୍ଚି ପରିଚୟ ପତ୍ର ପାଇଁ ଆବେଦନ କରିଛନ୍ତି । ଭବାନୀପାଟଣା ରୁ ଆସିଥିବା ଡାକ୍ତରି ଟିମ ଶିବିରକୁ ଆସିଥିବା ସମସ୍ତ ଦିବ୍ୟଙ୍ଗ ଙ୍କ ସ୍ୱାସ୍ଥ ପରୀକ୍ଷା କରିଥିଲେ । ଡାକ୍ତର ଙ୍କ ଦ୍ୱାରା ସ୍ୱାସ୍ଥ ପରୀକ୍ଷା ପରେ ପ୍ରମାଣପତ୍ର ପଞ୍ଜିକରଣ ଅନଲାଇନ ରେ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ମୌଷଧି ବାଗ , କୋକସରା ବିଡ଼ିଓ ମନୀଷା ଦାସ , ଲଡୁଗାଁ ସରପଞ୍ଚ କଂହେଇ ଚରଣ ଦାସ ,ବରାଡୋଙ୍ଗା ସରପଞ୍ଚ ଗୋକୁଳ ଚନ୍ଦ୍ର ନାଏକ ,କୋକସରା ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ସୁରଞ୍ଜନ ଦାସ ଙ୍କ ଉପସ୍ଥିତ ରେ ଦିବ୍ୟଙ୍ଗ ପରିଚୟ ପତ୍ର ବଣ୍ଟନ କରାଯାଇଛି ।ଏହି ଶିବର ରେ ମୋଟ ୧୩୩ ଜଣ ହିତାଧିକାରୀ ରେଜିଷ୍ଟ୍ରେସନ କରିଛନ୍ତି ୬୪ ଜଣ ଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି । ନିଜ ପଞ୍ଚାୟତ ରେ ଏହି ଶିବର ହୋଇଥିବା ଯୋଗୁଁ ଦୁଆର ମୁହଁ ରେ ଦିବ୍ୟଙ୍ଗ ପ୍ରମାଣପତ୍ର ପାଇ ହିତାଧିକାରୀ ମଧ୍ୟ ପ୍ରଶାସନ କୁ ସାଧୁବାଦ ଜଣାଇଥିଲେ । ଲଡୁଗାଁ କୃଷକ ସଙ୍ଗଠନ ସମ୍ପାଦକ ପଙ୍କଜ ଚୌଧୁରୀ , ବିଜେଡି ଲଡୁଗାଁ ପଞ୍ଚୟତ ସଭାପତି ରବି ନାରାୟଣ ଦାସ ,ସଞ୍ଜୟ ଅଗ୍ରୱାଲ ,ପ୍ରୀତମ ଶର୍ମା , ନାନକ ଅଗ୍ରୱାଲ ,ଧର୍ମାନଦ ଶବର ,ବିରେନ୍ଦ୍ର ନାରାୟଣ ଦାସ ପ୍ରମୁଖ ସ୍ବେଚ୍ଛାକୃତ ଭାବେ ଏହି ଶିବିର ରେ ଉପସ୍ଥିତ ରହି ସହଯୋଗ କରିଥିଲେ । କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । କଳାହାଣ୍ଡି ଜିଲ୍ଲା – ଧର୍ମଗଡ଼ରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।