ଦିବାଲୋକରେ ଦୁର୍ବୁତ୍ତଙ୍କ ବନ୍ଧୁକ ଗର୍ଜନ

12

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : :- ଦିବା ଲୋକରେ ଦୁର୍ବୁତ୍ତଙ୍କ ବନ୍ଧୁକ ଗର୍ଜନ, ଦୁର୍ବୁତ୍ତ ମାନଙ୍କ ଟାର୍ଗେଟରେ ବ୍ୟବସାୟୀ, ଆଳି ଅଞ୍ଚଳରେ କମ୍ପୁଛି ବନ୍ଧୁକ ଗର୍ଜନ, ସାଧାରଣ ଲୋକେ ହେଉଛନ୍ତି ଭୟଭୀତ, ଆଜି ସକାଳ ସମୟରେ 3 ଦୁର୍ବୁତ୍ତ ସୁନା ଦୋକାନ ଲୁଟ କରିବା ପାଇଁ ଦୋକାନ ଭିତରକୁ ଯାଇଥିଲେ। ଦୋକାନୀ ଏକା ଥିବାର ଦେଖି ଡକାୟତ ମାନେ ମିଶି ସୁନା ଦୋକାନର ମାଲିକ କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଟଙ୍କା ସୁନା ନେବାକୁ ଉଦ୍ୟମ କରିଥିଲେ। ଏହିଭଳି ଏକ ଦୁଃସାହସିକ ଘଟଣା ଘଟିଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଟିପଡା ପଞ୍ଚାୟତ ମହାଦେଇପାଟଣା ଛକରେ ଥିବା ମା ସାରଳା ଜୁଏଲର୍ସରରେ। ସୂଚନା ମୁତାବକ ମା ସାରଳା ଜୁଏଲର୍ସର ମାଲିକ ରବିନ୍ଦ୍ର ସାହୁଙ୍କ ପୁଅ ଜିତେନ୍ଦ୍ର ସାହୁ ଆଜି ସକାଳେ ଦୋକାନ ଖୋଲୁଥିବା ସମୟରେ ତିନିଜଣ ଦୁର୍ବୁତ୍ତ ହାତରେ ବନ୍ଧୁକ ଧରି ସୁନା ଦୋକାନ ଭିତରକୁ ପଶିଥିଲେ ଜିତେନ୍ଦ୍ର କିଛି ବୁଝିବା ପୂର୍ବରୁ ଜିତେନ୍ଦ୍ରଙ୍କ ମୁଣ୍ଡରେ ଦୁର୍ବୁତ୍ତ ବନ୍ଧୁକ ଲଗାଇଥିଲେ। ଜିତେନ୍ଦ୍ର ଡରିଯାଇ ପଡିଯାଇଥିଲେ। ଜିତେନ୍ଦ୍ର ପଡିଯିବାର ଦେଖି ଦୁର୍ବୁତ୍ତ ଲୁଟ କରିବା ପାଇଁ ଉଦ୍ୟମ କରିବା ସମୟରେ ପଡିଯାଇଥିବା ଜିତେନ୍ଦ୍ର ହାତପାଖରେ ଥିବା ତେଜାପ୍ ବୋତଲ ଦୁର୍ବୁତ୍ତଙ୍କ ଉପରକୁ ଫିଙ୍ଗିଥିଲା। ଦୁର୍ବୁତ୍ତଙ୍କ ଉପରେ ତେଜାପ୍ ପଡ଼ିବାରୁ ତିନିଜଣ ଦୁର୍ବୁତ୍ତ ତିନି ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଖବରପାଇ ଆଳି ପୋଲିସ, ପଟ୍ଟାମୁଣ୍ଡାଇ SDPO ସଂଧ୍ୟାରାଣୀ ବେହୁରିଆ ତଦନ୍ତ ଚଳାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More