ଦିନ ଦିପହରେ ଲୁଟେରା ଲୁଟି ନେଲେ ୫୦ଗ୍ରାମ ସୁନା ସହିତ ୩କିଲେ ରୁପା ଅଳଙ୍କାର

20

Get real time updates directly on you device, subscribe now.

  • କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ପଟ୍ଟାମୁଣ୍ଡାଇ ବଜାରରେ ଦେଖିବାକୁ ମିଳିଛି କେଉଁଠି ମୋବାଇଲ୍ ଚୋରି ହେଉଛି ତ ଆଉ କେଉଁଠି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଉଛନ୍ତି ଦୃବୁତ। ଆଜି ସକାଳ ସମୟରେ ପଟ୍ଟାମୁଣ୍ଡାଇ କଲେଜ ରୋଡ଼ ସ୍ଥିତ ମହାବୀର ଅଳଙ୍କାର ଦୋକାନର ମାଲିକ ସଞ୍ଜୟ ସବୁଦିନ ଭଳି ରାତିରେ ଘରକୁ ଯିବା ସମୟରେ ଦୋକାନରେ ଥିବା ସୁନା ଓ ରୂପା ଅଳଂକାର ନେଇଯାଇ ସକାଳୁ ଆଣିଥାନ୍ତି। କିନ୍ତୁ ଆଜି ସକାଳ ସମୟରେ ସଞ୍ଜୟ ନିଜ ମଟରସାଇକେଲ ଡିକିରେ ସମସ୍ତ ସୁନା ରୂପା ଅଳଂକାର ଆଣିଥିଲେ ମଟରସାଇକେଲ ରଖି ଦୋକାନ ତାଲା ଖୋଲିବା ସମୟରେ ପୂର୍ବ ଯୋଜନା ମୁତାବକ ଦୃବୁତମାନେ ଦୋକନ ତାଲାରେ ବାଲି ଓ ଅଠା ପୁରାଇ ଦେଇଥିଲେ ସଞ୍ଜୟ କିଛି ବୁଝି ପାରିନଥିଲେ ସଞ୍ଜୟ ତାଲା ସଫା କରିବା ସମୟରେ ଯୋଜନା ମୁତାବକ ଦୁଇ ଲୁଟେରା ସଞ୍ଜୟ ଙ୍କ ମଟରସାଇକେଲ ଡିକି ତାଡି 50ଗ୍ରାମର ସୁନା ଓ 3କିଲେ ରୁପା ନେଇଥିବା ଜଣାପଡ଼ିଛି। ଲୁଟ ହୋଇଥିବା ସୁନା ଓ ରୂପା ଯାହାର ଆନୁମାନିକ ମୂଲ୍ୟ 5ଲକ୍ଷ୍ୟ ଟଙ୍କା ଜଣା ପଡ଼ିଛି। ସଞ୍ଜୟ ତାଲା ସଫା କରି ଦୋକାନ ଖୋଲିବା ପରେ ମଟରସାଇକେଲ ନିକଟକୁ ଆସି ଡିକି ଦେଖି ଆଚାର୍ଯ୍ୟ ହୋଇ ଯାଇଥିଲେ। ତାଙ୍କର ପାଦତଳ ମାଟି ଖସି ଯାଇଥିଲା ସେହି ସୁନା ଅଳଙ୍କାର ଭିତରୁ କିଛି ସୁନା ଅଳଙ୍କାର ଗ୍ରାହକ ମାନଙ୍କର ଥିଲା । ସଞ୍ଜୟ ବିଚଳିତ ହୋଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦେଖନ୍ତୁ ଏହି ସିସିଟିଭି ଫୁଟେଜ କୁ ଯାହା ଜଣାପଡୁଛୁ ସଞ୍ଜୟ ଦୋକାନ ଖୋଲିବା ସମୟରେ ଦୁଇ ଜଣ ଲୁଟେରା ସଞ୍ଜୟ ଙ୍କ ଡିକି ତାଢି ସମସ୍ତ ସୁନା ରୂପା ଅଳଂକାର ନେଉଛନ୍ତି। ପଟ୍ଟାମୁଣ୍ଡାଇରୁ ଶକ୍ତି ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More