ଦିନକୁ ଦିନ ଯାଜପୁର ସ୍ଥିତି ଜଟିଳ, ୩୬ରେ ପହଞ୍ଚିଲା କାରୋନା ସଂକ୍ରମିତଙ୍କ ସଂଖ୍ୟା

12

Get real time updates directly on you device, subscribe now.

ଭୁବନେଶ୍ବର (ସଂଘର୍ଷ ମିଡିଆ ): ଦିନକୁ ଦିନ ଜଟିଳ ହେଉଛି ଯାଜପୁର ସ୍ଥିତି । ଦିନକୁ ଦିନ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଗୋଟିଏ ଦିନରେ ୧୭ ଜଣ ନୂଆ ସଂକ୍ରମିତ ଠାବ ହେବା ପରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି । ଆଜି ସକାଳେ ୩ ଜଣ ଯାଜପୁର ଜିଲାର କଟିକଟା ଅଞ୍ଚଳରୁ ଚିହ୍ନଟ ହୋଇଥିଲେ । ପୁଣି ଅପରାହ୍ନରେ ଆଉ ୧୪ ଜଣଙ୍କ ନମୁନା ପଜିଟିଭ୍ ବାହାରିଛି । ଏହି ସମସ୍ତଙ୍କର ଗୋଟିଏ ସମାନତା ରହିଛି ତାହା ହେଉଛି ‘କଲିକତା’  ସଂଯୋଗ । ରାଜ୍ୟ ସରକାର ସଂକ୍ରମିତଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ସକାଳେ ଚିହ୍ନଟ ହୋଇଥିବା ସଂକ୍ରମିତମାନେ କଣ୍ଟେନମେଣ୍ଟ ଜୋନ ମଧ୍ୟରୁ ମିଳିଥିବା ଜଣାପଡ଼ିଛି । ଏମାନେ ସମସ୍ତେ କଲିକତାରୁ ଫେରିଥିଲେ । ଦୁଇଜଣ ପୁରୁଷ ୬୫ ଓ ୫୬ ବର୍ଷର ସ ଜଣେ ଯୁବତୀ ୧୮ ବର୍ଷର ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More