କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଦିନକୁ ଦିନ ଉଗ୍ର ହେଉଛି ଠାକୁର ନିଗମାନନ୍ଦ କଲେଜର ବିବାଦ । କଲେଜରେ ଦେଖିବାକୁ ମିଳିଛି ବିଶୃଙ୍ଖଳା । କେତେବେଳେ ଅଧ୍ୟାପକ, ଅଧ୍ୟାପିକା ଓ ଅଧକ୍ଷଙ୍କ ମଧ୍ୟରେ ବାକଯୁଦ୍ଧ ତ କେତେବେଳେ ଅଧ୍ୟାପିକା ଓ ଛାତ୍ରୀଙ୍କ ମଧ୍ୟରେ ଦେଖା ଦେଉଛି ଅସନ୍ତୋଷ । ଏଭଳି ଏକ ଘଟଣା ପୁନର୍ବାର ଦେଖିବାକୁ ମିଳିଛି ଠାକୁଏ ନିଗମାନନ୍ଦ କଲେଜ ଅଧ୍ୟକ୍ଷ ଡକ୍ଟର ବିଚିତ୍ର କୁମାର ପରିଡା ଓ ରାଜନୀତି ବିଜ୍ଞାନ ଅଧ୍ୟାପିକା ସଂଯୁକ୍ତା ଦାସଙ୍କ ମଧ୍ୟରେ ଛକାପଞ୍ଚା ଭିତରେ ମାମଲା ଯାଇଁ ଥାନାରେ ପହଂଚିଛି। ଏଭଳି ଏକ ଘଟଣା ପୁନର୍ବାର ଦେଖିବାକୁ ମିଳିଛି ଠାକୁର ନିଗମାନନ୍ଦ ଡିଗ୍ରୀ ଅଧ୍ୟକ୍ଷ ପରିଡାଙ୍କ ସାନଭାଇଙ୍କ ଝିଅଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅଧ୍ୟାପିକା ସଂଯୁକ୍ତା ଜାଣିଶୁଣି ପରୀକ୍ଷାରେ ହଇରାଣ କରିଥିବା ନେଇ ତନ୍ତିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଝିଆରୀ ପ୍ରୀତିବାଳା ପରିଡା। ଅଭିଯୋଗରେ ପ୍ରୀତିବାଳା ଦର୍ଶାଇଛନ୍ତି ଅଧ୍ୟାପିକା ଓ ଅଧ୍ୟକ୍ଷଙ୍କ କଳି ଯୋଗୁଁ ଜାଣିଶୁଣି ମ୍ୟାଡ଼ାମ ମତେ ପରୀକ୍ଷା ଗୃହରେ ଛାତ୍ର ଛାତ୍ରୀମାନଙ୍କ ସାମ୍ନାରେ କପି ଚେକକରିବା ଓ ପରିକ୍ଷା ସମୟ ଭିତରେ ବାରମ୍ବାର ମୋ ପାଖକୁ ଆସି ମୋ ପେପର ନେଇ ଚେକିଂ କରିବା ଓ ଅଧ୍ୟକ୍ଷ ମୋ ବଡବାପା ହୋଇଥିବାରୁ ମୋ ଆଗରେ ତାଙ୍କୁ ମଧ୍ୟ ଅଶାଳୀନ ଭାଷାରେ ଗାଳିଗୁଲଜ କରିଛନ୍ତିି। ଅଧ୍ୟାପିକାଙ୍କ ଏଭଳି ହରକତ ପାଇଁ ଛାତ୍ରୀମାନଙ୍କ ପରିକ୍ଷାରେ ବ୍ୟାଘାତ ସୃଷ୍ଟି ହେଉଥିବା ନେଇ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରୀତିବାଳାଙ୍କ ସମେତ ସହପାଠୀ ଛାତ୍ରୀ ଓ ଅବିବାହକ। ଘଟଣା ଯାହାବି ହେଉନା କାହିଁକି ଗୁରୁ ଓ ଶିଷ୍ୟ, ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଯେଉଁ ଭକ୍ତିର ସମ୍ପର୍କ ଯୁଗ ଯୁଗରୁ ରହି ଆସିଛି ଏମିତି ହେବା ଦ୍ଵାରା ଆଗାମୀ ଦିନରେ ଏ ସମ୍ପର୍କରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଣୁ ଜଣେ ସମାଜସେବୀ କଣ କହୁଛନ୍ତି ଆସନ୍ତୁ ସୁଣିବା। କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।