ଦିନକୁ ଦିନ ଉଗ୍ରରୂପ ନେଇଛି ବରପଦା ଇଞ୍ଜିନିୟରିଂ କଲେଜ ବିବାଦ

9

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକର ଜିଲ୍ଲାର ଏକମାତ୍ର ବୈଷୟିକ ଶିକ୍ଷାନୁଷ୍ଠାନ ବରପଦା ଇଂଜିନିୟରିଂ କଲେଜରେ ଆଜିକୁ ଦୀର୍ଘ 25 ଦିନ ହେଲା ଦରମା ପାଉ ନଥିବା ୪ର୍ଥ ଶ୍ରେଣୀ କର୍ମଚାରୀ ମାନେ କଲେଜ ଗେଟ ସମ୍ମୁଖରେ ଧରଣାରେ ବସିଥିଲେ ମଧ୍ୟ କଲେଜରେ କୌଣସି କତୃପକ୍ଷ ସେମାନଙ୍କ କଥା ବୁଝି ନଥିଲେ । ଅନ୍ୟପଟେ ଆଜି କଲେଜର ଆଉ କିଛି ଷ୍ଟାଫ ମାନଙ୍କ ଦ୍ୱାରା ଏକ ହୋଟେଲ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ ବରପଦା ଇଂଜିନିୟରିଂ କଲେଜକୁ ବନ୍ଦ କରିବା ଲାଗି ଷଢ଼ଯନ୍ତ୍ର କରାଯାଉଛି ବୋଲି କହିଛନ୍ତି କଲେଜରେ କାର୍ଯ୍ୟ କରୁଥିବା କିଛି ଷ୍ଟାଫ। ଆହୁରି ମଧ୍ୟ କହିଛନ୍ତି ଏହି ବିଷୟରେ ଆସନ୍ତା ସେପ୍ଟେମ୍ବର 6 ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟଳୟରେ ଶୁଣାଣି ଅଛି । ସେଥିପାଇଁ କୌଣସି କର୍ମଚାରୀ ମାନେ ଆନ୍ଦୋଳନ ନ କରିବା ପାଇଁ ନିବେଦନ କରିଛନ୍ତି. କଲେଜରେ ଏବେ ଆର୍ଡମିଶନ ସମୟ ସେଥିପାଇଁ କଲେଜ ଗେଟ ଆଗରେ ଧାରଣା ଦେଲେ କଲେଜ ବଦନାମ ହେଉଛି । ଏହି କଲେଜ ବଦନାମ ହେଲେ ପିଲାମାନେ ଆର୍ଡମିଶନରେ ବ୍ୟାଘାତ ସୃଷ୍ଟି ହେବ ସେଥିପାଇଁ ଆମେ ମାନେ ଆଉ ଦରମା ପାଇପାରିବୁ ନାହିଁ । ତେଣୁ ଆଜି ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଉଦ୍ୟାସ ହେଉଛି କି ଯେଉଁ ଭାଇ ମାନେ କଲେଜ ଗେଟ ଆଗରେ ଧାରଣାରେ ବସିଛନ୍ତି । ସେମାନେ ଧାରଣାରୁ ଓହରିବା ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିବେଦନ କରିଛନ୍ତି । ଧାରଣାରୁ ଓହରିଲେ କଲେଜରେ ପିଲାମାନେ ଅଡ଼ମିଶନ ଭଲ ହେବ ଆଉ ଆମେ ମାନେ ଦରମା ପାଇପାରିବୁ ବୋଲି କହିଛନ୍ତି କଲେଜର କିଛି ଷ୍ଟାଫ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More