ଦାରୁ ଦିଅଁ ଏବେ ଜ୍ଵରରେ

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ସ୍ନାନ ଯାତ୍ରାରେ ୧୦୮ ଗରା ଜଳରେ ସ୍ନାନ ପରେ ଦାରୁ ଦିଅଁ ଏବେ ଜ୍ଵରରେ ପୀଡ଼ିତ। ମନୁଷ୍ୟ ଯେଭଳି ଅତ୍ୟଧିକ ସ୍ନାନ କଲେ ଜ୍ୱର ରେ ଆକ୍ରାନ୍ତ ହୋଇଥାଏ ମହାପ୍ରଭୁ ମଧ୍ଯ ଜ୍ଵରରେ ଆକ୍ରାନ୍ତ ହୋଇଛନ୍ତି। ଜ୍ୱରା ଆକ୍ରାନ୍ତ ଦାରୁ ଦିଅଁଙ୍କ ଉପଚାର ପାଇଁ ଅଣସର ପିଣ୍ଡି ରେ ଠାକୁରଙ୍କୁ ଅବସ୍ଥାନ କରାଯାଇଛି। ମହାପ୍ରଭୁ ଦଇତା ପତି ସେବକ ମାନେ ଏହି ଉପଚାର ଆରମ୍ବ କରିଛନ୍ତି। ମହାପ୍ରଭୁଙ୍କ ଏହି ଉପଚାର ବିଧି 15 ଦିନ ଧରି ଚାଲିବ। ଏହାକୁ ମହାପ୍ରଭୁଙ୍କ ଅଣସର ନିତି କୁହାଯାଏ। ସେପଟେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଅନୁପସ୍ଥିତରେ ମହାପ୍ରଭୁ ଚଳନ୍ତି ପ୍ରତିମା ସହ ପଟି ଦିଅଁ ପୁଜା ପାଆନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ଅନନ୍ତ ନାରାୟଣ, ପ୍ରଭୁ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେଵୀ ସୁଭଦ୍ରାଙ୍କ ସ୍ଥାନରେ ଦେଵୀ ଭୁବନେଶ୍ଵରୀଙ୍କୁ ପୁଜା କରାଯାଏ। ଏହି ଅଣସର 15 ଦିନ ଶ୍ରୀ ବିଗ୍ରହଙ୍କ ବଦଳରେ ପଟି ଦିଅଁ ଶ୍ରୀ ମନ୍ଦିରରେ ପୁଜା ପାଇବେ। ଶ୍ରୀ ମନ୍ଦିରରେ ଯେଭଳି ଦୈନିକ ନିଟିକନ୍ତି ହୋଇଥାଏ ସେହି ନିତୀ ପଟି ଦିଅଁଙ୍କ ଠାରେ ହୋଇଥାଏ। ସେପଟେ ଅଣସରର ପ୍ରଥମ ଦିନରେ ଦଇତା ପତି ସେବକ ମାନେ ଅସୁସ୍ଥ ମହାପ୍ରଭୁଙ୍କ ଉପଚାର ଓ ସ୍ଵତନ୍ତ୍ର ଗୁପ୍ତ ପୂଜା ବିଧି ଆରମ୍ଭ କରିଛନ୍ତି। ଆଜି ଭୋରରେ ମହାପ୍ରଭୁଙ୍କୁ ଅଣସର ପିଣ୍ଡିରେ ବିଜେ କରାଯିବା ମହାପ୍ରଭୁଙ୍କ ସୁବର୍ଣ୍ଣ ଚିତା, ରାହୁ ରେଖା ଉଲାଗି ହୋଇଚି। ପରମ୍ପରା ଅନୁଯାୟୀ ଆଜି ମଧ୍ୟାହ୍ନ ଧୂପ ପରେ ଅଣସର ଦ୍ଵାର ଖୋଲିଥିଲା। ଦଇତା ପତି ସେବକ ମାନେ ଅଣସର ଘରେ ପ୍ରବେଶ କରି ମହାପ୍ରଭୁ ଗୁପ୍ତ ଉପଚାର ଓ ପୁଜା ବିଧି ଆରମ୍ଭ ଯାଇଛନ୍ତି। ଏହି ଅଣସରରେ ମହାପ୍ରଭୁଙ୍କ ଠାରେ ଚକଟା ଭୋଗ, ଫଳ ଭୋଗ ହୋଇଥାଏ। ଶ୍ଵେତ ପୁଷ୍ପ ଲାଗି ହୋଇଥାଏ। ତୁଳସୀ ଲାଗି ହୋଇ ନ ଥାଏ। ପରମ୍ପରା ଅନୁଯାୟୀ ଶ୍ରୀ ମନ୍ଦୀରରେ ମହାପ୍ରଭୁଙ୍କ ଅଣସର ସମୟ ରେ ଶ୍ରୀ ମନ୍ଦିର ଭିତରେ କୌଣସି ଘଣ୍ଟ ଅବା ଗୀତ ବୋଲାଯାଏ ନାହିଁ। ସୁନ ସାନ୍ ମନ୍ଦିରକୁ ରଖାଯାଏ। ତେବେ ଅଣସର 15 ଦିନ ପର୍ଯ୍ୟାୟ କ୍ରମେ ବିଭିନ୍ନ ଗୁପ୍ତ ନିତି ହୋଇଥାଏ। ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ବିଜେ ପରେ ଓଦା ଲୁଗା ଉଲାଗୀ ସହ ପରମ୍ପରା ଅନୁଯାୟୀ ବିଶେଷ ଦିନ ଗୁଡିକ ରେ ଫୁଲୁରିତେଲ ଲାଗି, ଔଷ ଲାଗି, ଚକା ବିଜେ, ଚନ୍ଦନ ଲାଗି ଓ ଘଣା ଲାଗି ନିତୀ ହୋଇଥାଏ। ମହାପ୍ରଭୁଙ୍କ ସ୍ଥାନରେ ପୂଜା ପାଉଥିବା ପଟି ଦିଅଁଙ୍କ ସହ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ମଦନ ମୋହନ, ଲକ୍ଷ୍ମୀ, ସରସ୍ଵତୀ, ରାମକୃଷ୍ଣ ନୃସିହ ଭଗବାନଙ୍କୁ ପୂଜା କରାଯାଏ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More