ଦାବୀ ପୂରଣ ନହେଲେ ଛାଡ଼ିବୁନି ଟ୍ରେନ

12

Get real time updates directly on you device, subscribe now.

ମୟୂରଭଞ୍ଜ(ସଂଘର୍ଷ ମିଡିଆ ) : – – ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ବଡମୌଦା ରେଲୱେ ଫାଟକ ନିକଟରେ ଟାଟା ବାଦାମପାହାଡ଼ ମେମୁ ପାସେଞ୍ଜର ଟ୍ରେନକୁ ସକାଳୁ ଅଟକାଇଛନ୍ତି ଅଞ୍ଚଳବାସୀ | ରେଲୱେ କ୍ରସିଂ ପାଇଁ ତିଆରି ହୋଇଥିବା ଗୋଳା ପୋଲରେ ପାଣି ଜମା ହୋଇ ରହୁଥିବାରୁ ଦୁଇ ପଞ୍ଚାୟତ ମଧ୍ୟରେ ଯାତାୟାତ ବିଛିନ୍ନ ହେଉଥିବା ଅଭିଯୋଗ ହୋଇଛି ! ଜଳ ପ୍ରବାହିତ ତଳିଆ ଅଞ୍ଚଳରେ ଗୋଳା ପୋଲ ନିର୍ମାଣକୁ ବିରୋଧ କରିବା ସତ୍ତ୍ୱେ ଶୁଣିନଥିଲା ରେଳ ବିଭାଗ ! ଏବେ ଅସରାଏ ବର୍ଷାରେ ଗୋଳା ପୋଲରେ ଜମି ରହୁଛି ପାଣି, ଫଳରେ ବଡ଼ମଉଦା ଓ ହାତିଆ ପଞ୍ଚାୟତର ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ! ଏନେଇ DRM ଙ୍କୁ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ଜଳ ନିଷ୍କାସନ ନେଇ କୌଣସି ପଦକ୍ଷେପ ନିଆଯାଇନଥିଲା ! ଫଳରେ ଉତ୍ୟୋକ୍ତ ଲୋକେ ଆଜି ସକାଳୁ ଟାଟା ବାଦାମପାହାଡ଼ ପେସେଞ୍ଜର ଟ୍ରେନଟିକୁ ଗୋରୁମହିଷାଣୀ ଯାଉଥିବା ବେଳେ ବଡ଼ମଉଦା ରେଳ ଫାଟକରେ ଅଟକାଇ ରଖିଥିଲେ । ରେଲୱେ ପୋଲିସ ଓ ଏସ ଡ଼ି ପି ଓ ଘଟଣା ସ୍ଥଳକୁ ପହଞ୍ଚି ବୁଝା ସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରଥମେ ଶୁଣିବାକୁ ନାରାଜ ଥିଲେ ସ୍ଥାନୀୟ ଲୋକେ । ଜିଦରେ ଅଟଳ ରହିଥିଲେ ଅଞ୍ଚଳବାସୀ । ଡ଼ି ଆର ଏମ୍ ଆସି ସ୍ଥାୟୀ ସମାଧାନ କରନ୍ତୁ ଅନ୍ୟଥା ଦାବୀ ପୂରଣ ନହେଲେ ଛାଡ଼ିବୁନି ଟ୍ରେନ | ପରେ ଚକ୍ରଧରପୁର ମଣ୍ଡଳରୁ ଏକ ଟିମ ଆସି ପ୍ରତିଶୃତି ଦେବା ପରେ ସକାଳ ୭:୩୦ ରୁ ଅଟକାଇ ଥିବା ଟ୍ରେନକୁ ଦୀର୍ଘ ଛଅ ଘଣ୍ଟା ପରେ ଛାଡିଥିଲେ ।ଫଳରେ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାର ଦେଖାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More