କେନ୍ଦୁଝର(ସଂଘର୍ଷ ମିଡିଆ ) : – କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡ଼ପଟା ପଞ୍ଚାୟତ ମାଆ ଦାନ୍ତୁଆଣି ଠାରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଠାକୁରାଣୀଙ୍କ ଚୈତି ପର୍ବ ଆରମ୍ଭ ହୋଇଛି । ଦେବୀ ମାଙ୍କର ଏହି ସ୍ୱତନ୍ତ୍ର ପର୍ବ ଅବସରରେ ପ୍ରତ୍ୟହ ସ୍ଥାନୀୟ ତଥା ଦୂରଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଠାକୁରାଣୀଙ୍କ ଦର୍ଶନ ନିମିତ ପୀଠକୁ ଆସିଥାନ୍ତି । ଦିବା ବାର ଘଟିକାରେ ଭୋଗ ଲାଗି ସରିବା ପରେ ଦିବା ତିନି ଘଟିକାରେ ପୂଜା,ଠାକୁରାଣୀଙ୍କ ମାଜଣା,ସ୍ନାନନୀତି ଅନୁଷ୍ଠିତ ହୁଏ ଓ ସନ୍ଧ୍ୟାରେ ଧୂପଲାଗି କରାଯାଏ । ପୂଜା ଦିନ ଭକ୍ତ ଗାଁ ଗଣ୍ଡାରେ ଆମିଷ ବାରଣ ହୋଇଥାଏ । ଏହି ଦିନଟି ପ୍ରତ୍ୟେକ ବର୍ଷ ଚୈତ୍ର ମାସର ମାସନ୍ତରେ ପଡିଥାଏ ବାର୍ଷିକ ପର୍ଵ ହେତୁ ଗ୍ରାମରେ ବହୁ ଉତ୍ସାହ ସହ ପାଳନ କରିବା ସହ ନିର୍ଜଳ ଉପାସ କରିଥାନ୍ତି। ମା ଦାନ୍ତୁଆଣି ଠାକୁରାଣୀଙ୍କ ପୂଜା କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କିଛି ଦିନ ବ୍ୟବଧାନରେ ଗ୍ରାମରେ ଯାତ୍ରା ମଧ୍ୟ ଅନୁଷ୍ଠିତ କରାଯାଇଥାଏ ।