ଦାଦାବଟି ମାଗିବା ଅଭିଯୋଗରେ ଯୁବକ ଗିରଫ

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀରେ ଦାଦାବଟି ଆଦାୟ କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ଗିରଫ କରିଛି ଜଣେ ଯୁବକକୁ। ଗିରଫ ଅଭିଯୁକ୍ତ ଜଣକ ହେଲା ୱାଟରୱାର୍କ୍ସ ରୋଡ଼ର ରାମ ମନ୍ଦିର ନିକଟ ସାଲବେଗ ବସ୍ତିର ଆର୍‌.ତୁମ୍ବେଶ ରେଡ୍ଡି(୪୮) । ଏମାନଙ୍କ ଠାରୁ ଗୋଟିଏ ଖଣ୍ଡା, ନଗଦ ୫ହଜାର ଟଙ୍କା ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା(ନଂ-୨୦୫/୨୩) ରୁଜୁ କରି ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଅଭିଯୁକ୍ତ ତୁମ୍ବେଶ ପେଣ୍ଠକଟା ମାଛ ମାର୍କେଟ୍‌ରେ ବ୍ୟବସାୟୀଙ୍କୁ ଖଣ୍ଡା ଦେଖାଇ ବଟି ମାଗୁଥିଲା । ଏସମ୍ପର୍କରେ ଖବରପାଇ ପୁଲିସ ଟିମ୍ ସେଠାରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More