ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଦାଦାବଟି ଆଦାୟ କରିବା ଅଭିଯୋଗରେ ଟାଉନ ଥାନା ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା କୁମ୍ଭାରପଡା ଥାନା ଦେବୀଘାଟର ଗେଡା ଓରଫ ରଞ୍ଜନ ପ୍ରଧାନ(୨୪) । ତା’ ଠାରୁ ଏକ ଲୁହାଛଡ଼ ଜବତ ହୋଇଛି । ଏନେଇ ଟାଉନ ଥାନା ପୁଲିସ ଏକ ମାମଲା(ନଂ-୨୬୫/୨୩) ରୁଜୁ କରି ଅଭିଯୁକ୍ତକୁ ବୁଧବାର କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ଗେଡ଼ା ମାର୍କେଟ୍ ଛକରେ ଥିବା ଜଗନ୍ନାଥ ବଲ୍ଲଭ ପାର୍କିଂସ୍ଥଳୀରେ ବଟି ଆଦାୟ କରୁଥିଲା । ସେଠାକୁ ଆସୁଥିବା ପର୍ଯ୍ୟଟକ ଓ ଉଠାଦୋକାନୀଙ୍କୁ ଲୁହାଛଡ଼ ଦେଖାଇ ଟଙ୍କା ମାଗୁଥିଲା । ଯେଉଁମାନେ ଟଙ୍କା ଦେଉ ନଥିଲେ ସେମାନଙ୍କୁ ହତ୍ୟା ଧମକ ଦେଉଥିଲା । ଏସମ୍ପର୍କରେ ଖବରପାଇ ପୁଲିସ ଟିମ୍ ଚଢ଼ଉ କରି ତାକୁ କାବୁ କରିଥିଲା ।