ଦାଦନ ଖଟିବାକୁ ଯାଇ ବନ୍ଧକ ହେଲେ ଓ ପରେ ଟଙ୍କା ଦେଇ ଜୀବନ ବଞ୍ଚାଇଲେ ପରିବାର

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର: ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଇ ବନ୍ଧକ ହେଲେ ଓ ପରେ ଚାଷ ଜମି ବନ୍ଧକ ରଖି ଜୀବନ ବଞ୍ଚାଇଲେ ପରିବାର । ଶେଷରେ ଦୁର୍ବୁତ୍ତଙ୍କୁ ଫୋନ୍ ପେ ଜରିଆରେ 55 ହଜାର ଟଙ୍କା ପରିବାର ଲୋକ ପଠାଇବା ପରେ ବନ୍ଧକ ଜୀବନରୁ ମୁକୁଳି ଘରକୁ ଫେରୁଛନ୍ତି 4ଜଣ ଯୁବକ । ଏଭଳି ହୃଦୟ ବିଦାରକ ଦାଦନ ଦୁଃଖ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ ।
ଉମରକୋଟ ବ୍ଲକ୍ ଚିକଲପଦର ପଞ୍ଚାୟତ ଅନ୍ତର୍ଗତ ପୂଜାରୀଭରଣ୍ଡି ଗ୍ରାମର 4 ଜଣ ଯୁବକ ପେଟ ପାଟଣା ପୋଷିବା ଆଶା ନେଇ ଦାଦନ ଖଟିବାକୁ କେରଳ ରାଜ୍ୟର ତ୍ରିଶୁଲ ସହରକୁ ଯିବାକୁ ବାହାରିଥିଲେ । ତ୍ରିଶୁଲ ଜିଲ୍ଲାର ମୋହନୁର ଅଂଚଳରେ ଥିବା Honey Slice Bread ନାମକ ଏକ ବ୍ରେଡ୍ କମ୍ପାନୀରେ ଅଧିକ ମଜୁରୀ ମିଳିବାର ଖବର କୌଣସି ଏକ ସୂତ୍ରରୁ ପାଇ ଗତ ସୋମବାର ଦିନ ପୂଜାରୀଭରଣ୍ଡି ଗ୍ରାମର ଯୋଗେନ୍ଦ୍ର ଗଣ୍ଡ, ଚନ୍ଦର ଗଣ୍ଡ, ଛବିଲାଲ ଗଣ୍ଡ ଏବଂ ରଇବାରୁ ମାଳି ନାମକ 4 ଜଣ ଯୁବକ ଘରୁ କେରଳ ଅଭିମୁଖେ ବାହାରିଥିଲେ । କିନ୍ତୁ କେରଳ ପହଂଚିବା ପୂର୍ବରୁ ଉକ୍ତ 4 ଜଣ ଯୁବକଙ୍କୁ ତାମିଲନାଡୁ ର ଇରୋଡ୍ ଯଂକ୍ସନ ଠାରେ ପୂର୍ବ ଯୋଜନା ମୁତାବକ୍ ଅଟକାଇ ନିକଟସ୍ଥ ଏକ ଭଡ଼ା ଘରେ ରଖିଥିଲେ । ଦୁର୍ବୁତ୍ତଙ୍କ ପୂର୍ବ ଯୋଜନା ସମ୍ପର୍କରେ ଅନଭିଜ୍ଞ ଥିବା ଏହି ଚାରି ଜଣ ଯୁବକଙ୍କୁ ଗୋଟିଏ ରାତ୍ର ସେହି ଭଡ଼ା ଘରେ ରଖିବା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସମସ୍ତଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଟଙ୍କା ନ ଦେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ପରେ ଟଙ୍କା ପାଇଁ ପରିବାର ଲୋକଙ୍କୁ ଫୋନ୍ ଲଗାଇ Live ମାଡ଼ ମାରୁଥିଲେ ଦୁର୍ବୁତ୍ତ । ପୋଲିସକୁ ଖବର ନ ଦେବାକୁ ଧମକ ଦେଇଥିବା ଦୁର୍ବୁତ୍ତଙ୍କ ଧମକରେ ଭୟଭିତ ହୋଇ ପରିବାର ଲୋକେ ଟଙ୍କା ପଠାଇବା ପରେ ସମସ୍ତଙ୍କୁ ଛାଡିଥିବା କହିଛନ୍ତି । ବନ୍ଧକ ବେଳେ ଅତି ନିର୍ମମ ଭାବେ ଦୁର୍ବୁତ୍ତଙ୍କ ନିର୍ଯ୍ୟାତନା ସହି ଶେଷରେ ମୁକ୍ତ ହୋଇ ଘରକୁ ଫେରୁଥିବା 4 ଜଣ ଯୁବକ ବର୍ତ୍ତମାନ ଟ୍ରେନ୍ ଯୋଗେ ଆସୁଥିବା ସହ ନିଜ ଘଟଣା ସମ୍ପର୍କରେ ବଖାଣିଛନ୍ତି ।  ସେପଟେ ନିଜ ପରିବାର ଲୋକଙ୍କୁ ଏଭଳି ବନ୍ଧକ ରଖି ନିର୍ଯ୍ୟାତନା ଦେଉଥିବାର ଖବର ପାଇ ବିଚଳିତ ପରିବାର ଲୋକେ ଭୟଭିତ ହୋଇ ନିଜ ଚାଷ ଜମିକୁ ବନ୍ଧକ ରଖି ଧମକ ଦେଇଥିବା ଦୁର୍ବୁତ୍ତଙ୍କ ମୋବାଇଲ ନମ୍ବର 7619593725 କୁ ଫୋନ୍ ପେ ଯୋଗେ 55000/- ଟଙ୍କା ପଠାଇବା ପରେ 4 ଜଣଙ୍କୁ ଛାଡିଥିବା ପରିବାର ଲୋକ କହିଥିବାବେଳେ ସମସ୍ତ ଚାରି ଜଣ ମୁକୁଳିବା ଖବର ପାଇବା ପରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି । ଅନ୍ୟପଟେ ଏ ଅଂଚଳରୁ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ କେରଳ ଓ ତାମିଲନାଡ଼ୁ କୁ ଦାଦନ ଖଟିବାକୁ ଯାଉଥିବାବେଳେ ସେମାନଙ୍କ ମଧ୍ୟରୁ କେତେ ଲୋକଙ୍କ ଜୀବନ ଯାଉଥିବାବେଳେ କେତେ ଲୋକ ଏଭଳି ଠକାମିର ଶିକାର ହେଉଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଏ ସମ୍ପର୍କରେ ଉମରକୋଟ ଏସଡିପିଓ ଙ୍କୁ ପଚାରିବାରୁ ସେ ଘଟଣା ଘଟିଥିବା ସ୍ଥାନର ପୋଲିସ ସହ ଯୋଗାଯୋଗ କରି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More