ଦାଣ୍ଡବୋଷ ଗାଁରେ ଅମୃତ ମହତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ

16

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ) : – ଆଜାଦୀର ଅମୃତ ମହତ୍ସବ ଅବସରରେ ଅଲଚିକି ଲିପିର ସ୍ରଷ୍ଟା ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ମାଟି ଦାଣ୍ଡବୋଷ ଗାଁକୁ ଗସ୍ତ କରି ଗାଁ ଲୋକଙ୍କ ସଙ୍ଗରେ ମିଶି ଅମୃତ ମହତ୍ସବ କୁ ଆନନ୍ଦ ଉଲ୍ଲାସ ରେ ପାଳନ କରିଥିଲେ । ଦାଣ୍ଡବୋଷ ଗାଁ ପରିଦର୍ଶନ ପରେ ଗାଁର ଆବାଳ ବୃଦ୍ଧବନିତା ମିଶି ହାତରେ ଜାତୀୟ ପତକା ଧରି ଭାରତ ମାତା କି ଜୟଧ୍ବନୀରେ ଗାଁ ଦାଣ୍ଡ କମ୍ପିଥିଲା। ଗୁରୁଗୋମକେ ଙ୍କ ପରିବାର ବର୍ଗ ଙ୍କ ସହିତ ପଦଯାତ୍ରାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ , ପ୍ରତିମୂର୍ତ୍ତି ନିକଟରେ ଜାତୀୟ ପତକା ଉତ୍ତୋଳନ ସଭାରେ ଯୋଗଦେଇଥିଲେ। ଉକ୍ତ ସଭାରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ମଧ୍ଯ ଉପସ୍ଥିତ ଥିଲେ, ଉତ୍ତୋଳନ ପରେ ଆଦିବାସୀ ଗାଁ ଦାଣ୍ଡବୋଷ ଗାଁର ସମାଜ ସେବକ ଓ ଗୁରୂଗୋମକେ ଙ୍କ ଗାଁର ବିଶିଷ୍ଟ ବ୍ୟକ୍ତିଙ୍କୁ ମୂଖ୍ଯ ଅତିଥି ଶ୍ରୀଯୁକ୍ତ ବିଶେଶ୍ଵର ଟୁଡୁ ଓ ସମ୍ମାନୀତ ଅତିଥି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ପୁଷ୍ପଗୁଚ୍ଛ ଓ ଉପଢୋକନ ଉତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ପରେ ପରେ ରାଇରଙ୍ଗପୁର ସ୍ଥିତ ଇଚିଣ୍ଡା ଗାଁ କୁ ଆସିଥିଲେ, ଗାଁର କେତେକ ପରିବାରକୁ ରେଳବିଭାଗ ଘର ଖାଲି କରିବା ପାଇଁ ନୋଟିସ୍ ପାଇଥିବା ପରିବାର ବର୍ଗ ସହ ଆଲୋଚନା କରିଥିଲେ , ଉକ୍ତ ଜାଗାରେ ଥିବା ତଥା ଉଚ୍ଚେଦ୍ ହେଉଥିବା ପରିବାରଙ୍କୁ ଥଇଥାନ କରିବାପାଇଁ ରାଜ୍ଯ ସରକାର ଙ୍କୁ ଜଣାଇବି ବୋଲି କହିଥିଲେ। , ଇଚିଣ୍ଡା ଗ୍ରାମରେ ଥିବା ସହୀଦ ନନ୍ଦୁ ରାମ ସୋରେନ ଙ୍କ ପରିବାର ସହିତ ମିଶିଥିଲେ, ଅମୃତ ମହତ୍ସବ ଅବସରରେ ଜାତୀୟ ପତକା ପରିବାର ବର୍ଗ ଙ୍କୁ ପ୍ରଦାନ କରିଥିଲେ। ଶେଷରେ ସହୀଦ ପରିବାର ବର୍ଗ ଙ୍କ ସହିତ କୌଣସି ଅସୁବିଧା କିମ୍ବା ବାଧକ ଆସିଲେ ମୁଁ ବିଶେଶ୍ଵର ଟୁଡୂ ଆପଣଙ୍କ ସହିତ ରହିବି ଆଶ୍ବସନା ଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More