ଦଶ ବର୍ଷ ହେଲା ନିଖୋଜ ବ୍ୟକ୍ତିର ଦଶାହ କାର୍ଯ୍ୟ କଲେ ପରିବାର ସଦଶ୍ୟ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : — ଦଶ ବର୍ଷ ହେଲା ଦାଦନ ଖଟିବାକୁ ଯାଇ ଆଉ ଫେରି ନାହାନ୍ତି, ଫେରିବାର ଆଶା ଛାଡି ପରିବାର ଲୋକ ତାଂକ ସ୍ତ୍ରୀଙ୍କ ଶଙ୍ଖା ଭାଙ୍ଗିବା ସହ ସିନ୍ଦୂର ପୋଛି ନିଖୋଜ ବ୍ୟକ୍ତିଙ୍କ ଦଶାହ କାର୍ଯ୍ୟ ସମ୍ପନ୍ନ କରା ଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନାଗୁଡ଼ା ଗ୍ରାମରେ। ପରିବାର ଓ ସମାଜ ଏହି ଶୁଦ୍ଧ କାର୍ଯ୍ଯ ସପକ୍ଷ ରେ ଥିବା ବେଳେ ଗ୍ରାମର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି, ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ର ସଠିକ ଖବର ନଥିବା ବେଳେ ଏମିତି କଲେ ବିଧବା ଭତ୍ତା ଭଳି ଆଦି ବିଭିନ୍ନ ସରକାରୀ ସୁବିଧା ରୁ ବଞ୍ଚିତ ହେବେ। ପ୍ରାପ୍ତ ସୂଚନା ଅନୁସାରେ ଧାମନାଗୁଡ଼ା ଗ୍ରାମର ଆସମନ୍ କଲାର ସ୍ତ୍ରୀ ଭଗବତୀ କଲ|ର ସହ ଦୁଇ ପୁଅ ଏବଂ ପାଞ୍ଚଟି ଝିଅ ଏମିତି ସୁଖ ଦୁଃଖ ର ସଂସାର ଚାଲୁଥିଲା | ହେଲେ ଅଭାବି ପେଟକୁ ଦାନା ଯୋଗାଇବା ପାଇଁ ୨୦୧୩ ମସିହାରେ ନିକଟସ୍ଥ ଖୁଟବାଇ ଗ୍ରାମରେ ବାସ କରୁଥିବା ନିଜ ଶଳା ମଙ୍ଗରା କଳାରଙ୍କ ସହ ଦାଦନ ଖଟିବାକୁ ଘରୁ ବାହାରିଥିଲେ ଏବଂ ଉଭୟେ ପ୍ରଥମେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ଯାଇଥିଲେ । ସେଠାରୁ ଆସମନଙ୍କୁ କାମ ଯୋଗାଇବା ମାଲିକ ଆସି ନେଇଗଲା । କିନ୍ତୁ ସେହି ଦିନଠାରୁ ଆସମନ୍ ଙ୍କ ସହ ମଙ୍ଗରାଙ୍କ ଦେଖା ସାକ୍ଷାତ୍ ହୋଇନାହିଁ । ପରେ ମଙ୍ଗରା ସେଠାରୁ ଫେରି ଆସିଥିଲେ ଏବଂ ଆସମନ୍ ଙ୍କ କିଛି ଖୋଜ ଖବର ନଥିବା କହିଥିଲେ । ପରେ ମଙ୍ଗରା ବାରମ୍ବାର ଆସମନଙ୍କୁ ଖୋଜିବାକୁ ଯିବା ପରେ ବି କୌଣସି ପତ୍ତା ମିଳିଲା ନାହିଁ । ପରବର୍ତ୍ତୀ ସମୟରେ ଘଟଣାର ତିନି ବର୍ଷ ପରେ ଡାବୁଗାଁ ଥାନା ରେ ଏକ ନିରୁଦିଷ୍ଟ ମାମଲା ରୁଜ୍ଜୁ କରିଥିଲେ । ଏଭଳି ଭାବରେ ଦୀର୍ଘ ୧୦ ବର୍ଷ ବିତିଗଲା । ୧୦ ବର୍ଷ ପରେ ମଙ୍ଗରା କୁ ପୁଣିଥରେ ଆସମନକୁ ଖୋଜି ଆଣିବାକୁ କହିଥିଲେ । କିନ୍ତୁ ମଙ୍ଗରା ମୁଁ ଆଉ ଖୋଜି ଆଣି ପାରିବନି କହୁଥିଲେ ଏବଂ ସେଥିପାଇଁ ମୋତେ ଯାହା ଦଣ୍ଡ ଦେଲେ ମୁଁ ମାନିବାକୁ ରାଜି ବୋଲି କହିଥିଲେ । ପରେ ଆସମନଙ୍କ ପରିବାରଙ୍କ ପକ୍ଷରୁ ତାଙ୍କ ସମାଜର ସଭା ବସିଥିଲା । ସମାଜ ପକ୍ଷରୁ ନିଷ୍ପତି ନିଆଗଲା ଯେ ନିଖୋଜ ର ୧୦ ବର୍ଷ ବିତି ଯାଇଥିବାରୁ ଆସମନଙ୍କୁ ମୃତ ଭାବି ତାର ଦଶାହ କାର୍ଯ୍ୟ କରିବାକୁ ନିଷ୍ପତି ନିଆଗଲା । ସଭାରେ ପୁଣି ନିଷ୍ପତି ନିଆଗଲା ଯେ ଯଦି ଭବିଷ୍ୟତରେ ଆସମନ ଘରକୁ ଫେରି ଆସନ୍ତି ତାହେଲେ ସେମାନଙ୍କୁ ପୁଣିଥରେ ଶଙ୍ଖା ସିନ୍ଦୂର ପିନ୍ଧାଇ ପୁନବିବାହ କରାଯିବ । ଅନ୍ୟ ପକ୍ଷେ ଗ୍ରାମରେ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ଯେ ମୃତ୍ୟୁର କୌଣସି ପ୍ରମାଣ ନଥାଇ ଦଶାହ କାର୍ଯ୍ୟ କରିବା ଠିକ୍ ନୁହେଁ । ଏହାଦ୍ବାରା ମୃତ୍ୟୁ ପ୍ରମାଣ ପତ୍ର ମିଳି ପାରିବନି, ଫଳରେ ତାଙ୍କ ସ୍ତ୍ରୀ ଙ୍କୁ କୌଣସି ସରକାରୀ ସୁବିଧା ମିଳିବନି । ତେବେ ଆସମନ ମୃତ କି ଜୀବିତ ତାହା ନ ଜାଣି ଦଶାହ କାର୍ଯ୍ୟ କରିବା ଘଟଣା ଏହି ଅଞ୍ଚଳରେ ଚର୍ଚା ର ବିଷୟ ପାଲଟିଛି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More