ଦଳେଇଘାଇ ଠାରେ ବିପଦ ସଂକେତ ଉପରେ ବନ୍ୟା ଜଳ ପ୍ରଭାହିତ

11

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ) : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଦେବୀ ନଦୀର ଦଳେଇ ଘାଇ ନିକଟରେ ବିପଦ ସଂକେତ ଟପିଲା ବନ୍ୟା ଜଳ । ଏହାକୁ ନେଇ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେବେ ଏଠାରେ ବିପଦ ସଙ୍କେତ 57 ଫୁଟ ଥିବାବେଳେ 59 ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରଭାବିତ ହେଉଛି । ତେବେ ପୂର୍ବରୁ 1982ରେ ଦଳେଇ ଘାଇ ବନ୍ଧ ଭାଙ୍ଗି ଥିବା ବେଳେ ଏହି ବନ୍ୟାକୁ ନେଇ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ଘଟଣା ସ୍ଥଳରେ ଜଳ ସେଚନ ବିଭାଗୀୟ ଯନ୍ତ୍ରୀ ପରିଦର୍ଶନ କରିଥିବା ବେଳେ,ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଉତ୍ତରଶାସନ ପଞ୍ଚାୟତର ସାମଲସାହି ୩୦ପରିବାର ବନ୍ୟା ଜଳ ପସିଥିବାରୁ ଲୋକ ମାନଙ୍କୁ ଉଦ୍ଧାର କରାଯାଇ ପଞ୍ଚାୟତ ଥିବା କଲ୍ୟାଣ ମଣ୍ଡପ ରେ ରଖାଯାଇଥିବା ସ୍ଥାନ ପରିଦର୍ଶନ କରିଛନ୍ତି।ସେହିପରି ୨୨ମୌଜାର ବିଭିନ୍ନ ଜଗା ପରିଦର୍ଶନ କରିବା ସହ ଉକୁନ୍ଦରା ପଞ୍ଚାୟତାର ଅଲିପଡା ଗ୍ରାମରେ ବନ୍ୟା ଜଳ ପଶିଥିବା ସ୍ଥାନ ପରିଦର୍ଶନ କରିଛନ୍ତି। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More