ଦଳିତ ବିକାଶ ପକ୍ଷରୁ ୬ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦାନ

34

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାର ଦଳିତ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଛଅ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଛନ୍ତି।ଜିଲ୍ଲାଦଳିତ ବିକାଶ ପରିଷଦର ଜିଲ୍ଲା ସଭାପତି ଶଙ୍କର ଦାସ ଙ୍କ ନେତୃତ୍ୱରେ ଏକ ଆଠଜଣିଆ ଟିମ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ଜିଲାର ଦଳିତ ମାନଙ୍କର ବହୁବିଧ ସମସ୍ୟା ଉପରେ ଅବଗତ କରିବାପରେ ଏକ ଛଅ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଥିଲେ।ଦାବି ଗୁଡିକ ମଧ୍ୟରେ ଜିଲାରେ ମଙ୍ଗଳ ଅଧିକାରୀ ପଦବୀ ଖାଲି ପଡ଼ିଥିବାରୁ ଜିଲାରେ ଦଳିତ ମାନଙ୍କର ବିଭିନ୍ନ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତି।ଜାତୀୟ ରାଜପଥ ନିର୍ମାଣ ନିମନ୍ତେ ମଙ୍ଗଳପୁର ଗ୍ରାଁର ଦୁଇଜଣ ଦଳିତ ବ୍ୟକ୍ତିଙ୍କ ଜମିକୁ ଡ଼ମ୍ପିୟାର୍ଡ ପାଈଁ ଅଧିଗ୍ରହଣ କରାଯାଉଥିବାରୁ, ତାକୁ ତୁରନ୍ତ ଜମି ଅଧିଗ୍ରହଣ ବନ୍ଦ କରାଯାଉ,ତିର୍ତ୍ତୋଲ ର ଶିକ୍ଷକ ମନୋଜ ସେଠୀ ଙ୍କ ଦରମା କହିବ ଶୀଘ୍ର ପ୍ରଦାନ କରାଯାଉ, ବାଲିକୁଦା ତହସିଲରେ ଦଳିତ ମାନଙ୍କର ମିଉ ଟ୍ରେସନ କରାଯାଉ, ଦଳିତ ମାନଙ୍କର କ୍ଷତିପୂରଣ ତୁରନ୍ତ ପ୍ରଦାନ କରାଯାଉ ବୋଲି ଦାବିରେ ଉଲ୍ଲେଖ କରିଛନ୍ତି।ଯଦି ଦାବିଗୁଡିକ ତୁରନ୍ତ ପୂର୍ଣ କରାନଯାଏ ଜିଲା ଦଳିତ ବିକାଶ ପରିଷଦ ରାଜରାସ୍ତାକୁ ଓହ୍ଲେଇବ ବୋଲି ଚେତାଵନୀ ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତି ଲିଟୁ ଦାସ,ରାଜ୍ୟ କାର୍ଯ୍ୟ କାରୀ ସଭାପତି ପୀତବାସ ନାୟକ,ରାଜ୍ୟ ମହିଳା ସମ୍ପାଦିକା ଟିକିନା ପରିଡା,ଜିଲା ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମଲ୍ଲିକ,ଜିଲା କାର୍ଯ୍ୟକାରୀ ସଭାପତି ମିହିର କାନ୍ତ ସାହୂ,ସଦସ୍ୟ ଗଣେଶ୍ୱର ହଂସଦା ପ୍ରମୂଖ ଯୋଗଦେଇ ଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More