ଦଳିତ ନେତାଙ୍କ ନାଁରେ ସଙ୍ଗିନୀ ଅଭିଯୋଗ ଆଣିଲେ ଦାମୋଦର ମଳିକ

13

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ବଲୁରିଆ ଗ୍ରାମର ଦାମୋଦର ମଳିକ ପଟାମୁଣ୍ଡାଇର ଦଳିତ ନେତା କଳ୍ପତରୁ ମଳିକ ଓ ଦିଲିପ୍ ମଳିକଙ୍କ ବିରୋଧରେ ଆଣିଛନ୍ତି ଠକେଇ ବା ଟଙ୍କା ଚିଟ୍ ର ଅଭିଯୋଗ। ଗତ ୪ତାରିଖ ତନୁପୁର, ନନ୍ଦିନୀ ନଗର ତପନ କୁମାର ମଳିକ ପଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ ମୋ ଝିଅକୁ ବଲୁରିଆ ମହୋଲକନ ଗ୍ରାମର ଦାମୋଦର ମଳିକଙ୍କ ପୁଅ କିରଣ ମଳିକ ନେଇଯାଇଛି । ଏହି ଅଭିଯୋଗକୁ ଭିତ୍ତି କରି ଦାମୋଦରକୁ ପଟାମୁଣ୍ଡାଇ ଦଳିତ ନେତା ଦିଲିପ୍ ଓ କଳ୍ପତରୁ ୫ହଜାର ଟଙ୍କା ଦିଅ ଆମେ କେସ୍କୁ ଥାନାରେ ସମାଧାନ କରିଦେବୁ ବୋଲି। କିରନର ପିତା ଦାମୋଦର ଦିଲିପ୍ ଙ୍କୁ ୩ ହଜାର ଟଙ୍କା ଦେଇଥିଲେ ଓ କହିଥିଲେ ସମାଧାନ ହେଲେ ମୁଁ ଅବଶିଷ୍ଟ ଟଙ୍କା ଦେବି । ସେହି କେସ୍ ସମାଧାନ ନହୋଇ ମୋ ପୁଅ କିରଣକୁ କୋର୍ଟ ଚାଲାଣ କରାଗଲା ମୁଁ ଦେଇଥିବା ଟଙ୍କା ମାଗିବାରୁ ମୋତେ ଆଜି କାଲି କହି ଭୁଲାଉଥିଲେ।ଗତ ୧୨ ତାରିଖ ଦିନ ମୁଁ ଦେଇଥିବା ଟଙ୍କା ମାଗିବାରୁ ମୋତେ କଳ୍ପତରୁ ମଳିକ ଓ ଦିଲିପ୍ ମଳିକ ଅସଭ୍ୟ ଭାଷାରେ ଗାଳିକରିବା ସହ ପଟାମୁଣ୍ଡାଇ ଆସିଲେ ମାରିବୁ ବୋଲି ଧମକ ଦେବାରୁ ମୁଁ ୧୩ତାରିଖ ପଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲି କିନ୍ତୁ ପଟାମୁଣ୍ଡାଇ ପୋଲିସ ସେମାନଙ୍କୁ ଏଜାଏଁ ଗିରଫ କରିନାହିଁ। ଆହୁରି କହିଛନ୍ତି ସେମାନେ ଦଳିତ ନେତା ହୋଇଥିବାରୁ ସେମାନଙ୍କୁ ଗିରଫ କରାଯାଉନାହିଁ ସେମାନେ ଖୋଲମ୍ ଖୋଲା ବୁଲୁଛନ୍ତି। ଜଦି ସାଧାରଣ ଲୋକ ହୋଇଥାନ୍ତେ ତୁରନ୍ତ ଗିରଫ କରିବାପାଇଁ ପୋଲିସ ପଛାଇନଥାନ୍ତା। ମୁଁ ଆପଣଙ୍କ ସଂଘର୍ଷ ଚ୍ୟାନେଲ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରୁଛି ମୋତେ ତୁରନ୍ତ ନ୍ୟୟ ମିଳୁ। ଅନ୍ୟପଟେ ଦଳିତ ନେତା ଙ୍କୁ ଆମ ପ୍ରତିନିଧି ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ ସେମାନେ ପୋଲିସ କୁ ଦାଇ କରିଥିଲେ କହିଥିଲେ ଆମ ବିରୋଧରେ ପୋଲିସ ଷଡ଼ଯନ୍ତ୍ର କରିଛି। ଆମ ପ୍ରତିନିଧି SDPO ରଂଜନ କୁମାର ଦେ ଙ୍କ ପ୍ରତିକ୍ରିୟା ଲୋଡିଥିଲୁ ଶ୍ରୀଯୁକ୍ତ ରଂଜନ କୁମାର ଦେ ସିଧା ସଳଖ କହିଥିଲେ ଆଇନ୍ ଆଇନ୍ ବାଟରେ ଯିବ। ଦାମୋଦର ମଳିକ ଙ୍କ ଏତଲାକୁ ଭିତ୍ତି କରି ପଟାମୁଣ୍ଡାଇ ପୋଲିସ ଦଳିତ ନେତାଙ୍କ ବିରୋଧରେଆଇପିସି IPC 420.294.506.34 ମାମଲା ରୁଜୁ କରିଛି। ଏଠି ପ୍ରଶ୍ନ ଉଠୁଛି ଯେ ପ୍ରକୃତ ଦଳିତ ଲୋକମାନଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ଏଭଳି ଠକେଇ ହେଉଥିବା ସାଧାରଣ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେବା ଉଚିତ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More