ଦଳିତ ଓ ଆଦିବାସୀ ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସଡକ ସୁରକ୍ଷା ସଚେତନତା ଅଭିଯାନ

11

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲା ନାଉଗାଁ ବ୍ଳକ ଅଧିନସ୍ଥ ଶିଖର ଘାଟ ନିକଟରେ ବ୍ଲକର ଦଳିତ ଓ ଆଦିବାସୀ ସଂଘର ବନ୍ଧୁ ମିଳନ ଉତ୍ସବ ଆଇନଜୀବୀ ସୁରେଶ ଚନ୍ଦ୍ର ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ଭ୍ରମରବର ଗୋଛାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନଙ୍କ ପ୍ରତିନିଧି ଦିଲ୍ଲୀପ ଲେଙ୍କା ଓ ସମିତି ସଭ୍ୟ ତରୁଣ କାନ୍ତ ବାରିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ସଙ୍ଘ ପକ୍ଷରୁ ସଡକ ସୁରକ୍ଷା ସଚେତନତା କରାଯାଇଥିଲା।ରାସ୍ତାରେ ଗାଡ଼ି ଚାଳକ ମାନଙ୍କୁ ହେଲମେଟ, ସିଟ ବେଲ୍ଟ ପିନ୍ଧିବା ପାଈଁ ସଚେତନ କରାଯାଇଥିଲା। ଯେଉଁ ଚାଳକ ମାନେ ହେଲମେଟ ଓ ସିଟ ବେଲ୍ଟ ବ୍ୟବହାର କରିବା ସହ ନିୟମ ପାଳନ କରିଛନ୍ତି ସେମାନଙ୍କୁ ଗୋଲାପ ଫୁଲ ଦେଇଶୁଭେଚ୍ଛା ଜଣାଇଥିଲେ।ଉକ୍ତ ଉତ୍ସବରେ ପ୍ରଶାନ୍ତ ଭୋଇ, ବିନୋଦ ସେଠୀ, ଚିତ୍ତରଞ୍ଜନ କାଣ୍ଡି, ଗୌରାଙ୍ଗ ଦାସ, ଗଙ୍ଗାଧର ଭୋଇ,ତପନ ଦାସ, ଅଭୟ ଲେଙ୍କା, ପ୍ରଶାନ୍ତ ରାଉତ, ବିପିନ ବିହାରୀ ବେହେରା, ପ୍ରମୋଦ ବାରିକ,ଜାମ୍ବେସ ରାଉତ ସୁରେଶ ଦାସ ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ ପ୍ରଶାନ୍ତ ବଢ଼େଇ ଧନ୍ୟବାଦ ଅର୍ପଣ କରିଥିଲେ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More