ଦଳିତ ଆଦିବାସୀ ଅଧିକାର ମହାସଂଘ ପକ୍ଷରୁ ବାଲିପାଟଣା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

14

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : ଦଳିତ ଆଦିବାସୀ ଅଧିକାର ମହାସଂଘ ପକ୍ଷରୁ ରାଜ୍ୟ ସଭାପତି ବିଜୟ କୁମାର ଭୋଇଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାରେ ଏକ ରାଲି ଏବଂ ଗଣଧାରଣା ଦିଆଯାଇଛି । ମୁଖ୍ୟତଃ ସ୍ଥାନୀୟ ଅଞ୍ଚଳର ବିଗତ ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ କ୍ଷତି ପୂରଣ ଦେବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଗଣଧାରଣାରେ ଅଭିମନ୍ୟୁ ମଲ୍ଲିକ, ଛବିଚନ୍ଦ୍ର ବେହେରା, ବନଶ୍ରୀ ମହାପାତ୍ରଙ୍କ ସମେତ ବହୁ ସମାଜସେବୀ, ମାନବାଧିକାର କର୍ମୀ ଏବଂ 500ରୁ ଉର୍ଦ୍ଧ୍ୱ ମହିଳା ଏହି ଗଣଧାରଣାରେ ଯୋଗଦେଇଥିଲେ। ସୂଚନା ଥାଉକି ଏହି ସଙ୍ଘ ଜୟଦେବ ନିର୍ବାଚନ ମଣ୍ଡଳୀରେ ବନ୍ୟା ସମୟରେ ବିଜୟ ଭୋଇଙ୍କ ନେତୃତ୍ୱରେ ରିଲିଫ କାର୍ଯ୍ୟକୁ ତ୍ୱରାନ୍ଵିତ କରିଥିବା ବେଳେ ସାମୁହିକ ସମସ୍ୟା ର ସମାଧାନ ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More