କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) : କୃଷକ ଶ୍ରମିକ ଖେତ ମୁଲିଆ ମଜଦୂର ମାନଙ୍କ ପକ୍ଷରୁ ସାରା ଦେଶ ବ୍ୟାପି ବିଭିନ୍ନ ସରକାରୀ ଦଫ୍ତର ସମ୍ମୁଖରେ ମୋଦି ସରକାର ବିରୋଧରେ ଦରଦାମ ବୃଦ୍ଧି ପ୍ରତିବାଦକୁ ନେଇ ଆନ୍ଦୋଳନ କରାଯାଇଛି.କୋରନା ଭଳି ମହାମାରୀ ସମଗ୍ର ଦେଶକୁ ଗ୍ରାସ କରିଥିବା ବେଳେ ଜଣେ ସାଧାରଣ ଲୋକ ଆର୍ଥିକ ମେରୁଦଣ୍ଡକୁ ସାମ୍ପୁର୍ଣ୍ଣ ରୂପେ ଭାଙ୍ଗି ଦେଇଛି । ଯାହା ଦ୍ୱାରା ଦିନକୁ ଦିନ ଖାଦ୍ୟ ପେୟ ଠାରୁ ତୈଳ ଦର ବୃଦ୍ଧି ହେଉଥିବା ବେଳେ ଜଣେ ସାଧାରଣ ଶ୍ରମିକ ଟେ କେମିତି ନିଜକୁ ଚଳାଇ ପାରିବ ତାହା ବଡ ସମସ୍ୟାର ବିଷୟ ପାଲଟିଛି . ସମସ୍ତ ନାଗରିକଙ୍କୁ ବିନା ମୂଲ୍ୟରେ କୋଭିଡି ଇଞ୍ଜେକ୍ସନ ଭଳି ଯୋଜନା ସରକାର କରିନଥିବା ବେଳେ. ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ କରିବା ଦୂରର କଥା ଅନ୍ତର୍ଜାତୀକ ବଜାରରେ ତୈଳ ଦର କମିବା ସତେ ଦେଶରେ ମୋଦି ସରକାର ଖାଦ୍ୟ ସାମଗ୍ରୀ ଠାରୁ ରନ୍ଧନ ଗ୍ୟାସ ଓ ପେଟ୍ରୋଲ ଡିଜେଲ ଉପରେ ଦିନକୁ ଦିନ ଦର ବଢ଼ାଇ ଗରିବ ମଜୁରିଆ ମାନଙ୍କ ଉପରେ ବେଡି ଉପରେ କୋରଡା ମାଡ କଲା ପରି ଲାଗୁଛି.ଦର ଦାମ ବୃଦ୍ଧି ହେବା ଫଳରେ ଲକ୍ଷ ଲକ୍ଷ ମଜୁରିଆ ଓ ଛୋଟ ଦୋକାନ ସାଙ୍ଗକୁ ଅନେକ ଅଟୋ ଚାଳକ ରୋଜଗାର ହରାଇଥିବାର ଦେଖିବାକୁ ମିଳିଛି. କେନ୍ଦ୍ର ସରକାର କୃଷକ ଓ ଶ୍ରମିକ ମାନଙ୍କ ବିରୋଧରେ ଆଇନ ପ୍ରଣୟନ କରିବା ଫଳରେ କୃଷକ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି. ଦେଶ ସ୍ୱାଧୀନ ର 74 ବର୍ଷ ପରେ ମଧ୍ୟ ଦେଶର ଚାଷୀ ପରାଧୀନ ଅବସ୍ଥାରେ ଅଛନ୍ତି ମୋଦି ସରକାର ଚାଷୀଙ୍କ ବିରୋଧରେ ଯେଉଁ ତିନ କୃଷି କଲା ଆଇନ ପ୍ରଣୟନ କରିଛନ୍ତି ତାହା ଅକ୍ଷମଣିୟ ବୋଲି ଆନ୍ଦୋଳନ କରି କହିଥିଲେ. ଆଜି INTUC, AITUC, CITU, AICCTU, HMS ଆଦି ସଙ୍ଘ ମାନଙ୍କ ପକ୍ଷରୁ ଜିଲ୍ଲାର ବିଭିନ୍ନ ବ୍ଲକ ସଦର ମହକୁମା ମାନଙ୍କରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପଦର୍ଶନ କରୁଥିବାର ଦେଖିବାକୁ ମିଳିଛି ।