ବୌଦ୍ଧ (ସଂଘର୍ଷ ମିଡିଆ) : – ଆଜି ଅପରାହ୍ନ ତିନି ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା -1 କ୍ଲଷ୍ଟର କାର୍ଯ୍ୟାଳୟ ରେ ପ୍ରଧାନ ଶିକ୍ଷକ ମାନଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସରକାରଙ୍କ ନିର୍ଦ୍ଦେଶିତ 16 ପାଏଣ୍ଟ, FLN, LRP, ସୃଜନୀ ଦୈନିକ ଛାତ୍ର ଛାତ୍ରୀ ଙ୍କ ନିୟମିତ ଉପସ୍ଥାନ, ସଠିକ ସମୟରେ ଶିକ୍ଷକ / ଶିକ୍ଷୟିତ୍ରୀ ଉପସ୍ଥାନ, FLN କୋଣ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ର ସୁପରିଚାଳନା, SDMIS ଅପଡେସନ ଉପରେ ଗୁରୁତ୍ୱ ଆରୋପ କରାଯାଇ ସମସ୍ତ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା l ଦପଲା- 1 ସାଧନ କେନ୍ଦ୍ର ସଂଯୋଜକ ( ସି ଆର ସି ସି ) ନିରାକାର ସାହୁ ସମସ୍ତ କାର୍ଯ୍ୟକ୍ରମ ଗୁଡିକ ସଠିକ ଭାବରେ ସୁପରିଚାଳନା କରିବାକୁ ପ୍ରଧାନ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।