ଦନ୍ତା ହାତୀ ନେଇଗଲା ଆଉ ଏକ ଜୀବନ

15

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ରାଉରକେଲା ସହର ସ୍ଥିତ ପାନପୋଷ ବନରେଞ୍ଜର ହାତୀବନ୍ଧା ବନ କାର୍ଯ୍ୟାଳୟ ସ୍ଥିତ ଡଲାକୁଦର୍ ଗ୍ରାମରେ ଘଟିଯାଇଛି ଏକ ଅଘଟଣ । ଉକ୍ତ ଗ୍ରାମର ଜନୈକ ବାସୀନ୍ଦା ଆଜି ସକାଳୁ ଗ୍ରାମ ନିକଟସ୍ଥ ପତ୍ରାଜଙ୍ଗଲକୁ ଶୈ।ଚ ପାଇଁ ଯାଇ ଫେରୁଥିବା ସମୟରେ ନିକଟରେ ଯଗି ରହିଥିବା ଏକ ଗୋଠଛଡା ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ । ଡଲାକୁଦର ଗ୍ରାମର ନିବାସୀ ମକୁରୁ ସିଂ ( ୫୭ ) ଦନ୍ତା ହାବୁଡ଼ରେ ପଡ଼ିବା ପରେ ତାଙ୍କୁ ଘୋଷାଡି ଘୋଷାଡି ମାରିବା ସହ ତାଙ୍କ ମୁଣ୍ଡ ଉପରେ ଚଢ଼ି ଦଳି ଦେଇଥିବା ପରିଲକ୍ଷିତ ହୋଇଛି । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଏକ ବାବଦରେ ବନ ବିଭାଗକୁ ସୂଚିତ କରିବା ପରେ ହାତୀବନ୍ଧା ଫରେଷ୍ଟର ସହକର୍ମୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଫରେଷ୍ଟର ମତବ୍ୟକ୍ତ କରିଥିଲେ । କାର୍ଯ୍ୟରେ ଅବହେଳା ଯୋଗୁଁ ଦନ୍ତା ନେଉଛି ମଣିଷ ଜୀବନ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More