ଦନ୍ତାହାତୀର ମୃତ ଶରୀର ଉଦ୍ଧାର ,ମୃତ୍ୟୁର କାରଣ ଅସ୍ପଷ୍ଟ

15

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ): – ଖୋର୍ଦ୍ଧା ଜିଲା ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧିନସ୍ଥ ପଟିଆ-ମାଳ ଜଙ୍ଗଲ ଫରେଷ୍ଟ ବିଟ୍-ହାଉସ ଏରିଆ ଗଛପତ୍ର ଜଙ୍ଗଲ ମଧ୍ୟରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ଟାଙ୍ଗୀ ବନ ବିଭାଗର ରେଞ୍ଜର ଦେବାଶିଷ ଭୋଇ ସୂଚନା ଦେଇଛନ୍ତି । ଟାଙ୍ଗୀ ବନ ବିଭାଗ ରେଞ୍ଜ ଇଲାକାର ପଟିଆ-ମାଳ ଜଙ୍ଗଲରେ ଏବେ ୧୩ ଟି କିଆ ଜଙ୍ଗଲି ହାତୀ ଥିବା ଟାଙ୍ଗୀ ବନ ବିଭାଗ ପକ୍ଷରୁ କୁହାଯାଇଛି । ଦନ୍ତାହାତୀର ମୃତ ଦେହକୁ ଡାକ୍ତରୀ ଦଳ ବ୍ୟବଛେଦ କରିଛନ୍ତି ଏବଂ ସମସ୍ତ ପରୀକ୍ଷା-ନିରୀକ୍ଷା ପରେ ସ୍ପଷ୍ଟ ହେବ ଦନ୍ତାହାତୀର ମୃତ୍ୟୁର କାରଣ । ମୃତ ଦନ୍ତାହାତୀଟି କିଛି ଦିନ ଧରି ଅସୁସ୍ଥ ଥିଲା ମାତ୍ର ହାତୀ ପଲ୍ଲଙ୍କ ମଧ୍ୟରେ ଏହି ଦନ୍ତାହାତୀ ଟି ରହିଥିବା ଯୋଗୁଁ ତା’ର ଚିକିତ୍ସା ସମ୍ଭବ ହେଉନଥିଲା । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More