ଦନ୍ତାହାତୀର ଗଳିତ ଶବ ଏସଟିଏଫ ଦ୍ୱାରା ଜବତ

15

Get real time updates directly on you device, subscribe now.

ବଡ଼ମ୍ବା(ସଂଘର୍ଷ ମିଡିଆ ) : ପ୍ରାୟ ମାସେ ତଳର ଏକ ଦନ୍ତା ହାତୀ ଗଳିତ ଶବକୁ ବିଭାଗୀୟ ସ୍ଵତନ୍ତ୍ର ଦାୟିତ୍ଵ ବଳ(ସ୍ପେସିଆଲ ଟାସ୍କ ଫୋର୍ସ)କଟକ ଜିଲ୍ଲା ବଡ଼ମ୍ବା ବନାଞ୍ଚଳରୁ ଗୁରୁବାର ଉଦ୍ଧାର କରଛନ୍ତି।ପରେ ଏଥିନେଇ ତନାଘନା ତଦନ୍ତ ଜାରି ରଖିଛନ୍ତି। ହେଲେ ଆଶ୍ଚର୍ଯ୍ୟର ବିଷୟ ଏଭଳି ସମ୍ବେଦନଶୀଳ ଘଟଣା ପରେ ସେହି ଚନ୍ଦ୍ରଗିରି ପାହାଡ଼ରୁ ଆଜି ମଧ୍ୟ ଆଉ ଏକ ହାତୀର ଗଳିତ ଶବ ବାହାରିବା ନିଶ୍ଚିତ ଭାବେ ସମସ୍ତଙ୍କୁ ଚକିତ କରିଛି।କୌଣସି ବିଶ୍ବସ୍ତ ସୂତ୍ରରୁ ଖବରପାଇ ଶୁକ୍ରବାର ଦିନ ବିଭାଗୀୟ ଏସ ଟି ଏଫ୍ ଦଳର ଏକ ସ୍ବତନ୍ତ୍ର ସ୍କାର୍ଡ଼ ବଡ଼ମ୍ବା ବନାଞ୍ଚଳରେ ଆଉ ଏକ ଦନ୍ତାହାତୀ ମରିଥିବା ତଦନ୍ତରେ ଆସିଥିଲେ।ଏହି ଅନୁଧ୍ୟାନକାରୀ ଦଳ ଚନ୍ଦ୍ରଗିରୀ ସଂରକ୍ଷିତ ଜଙ୍ଗଲ ଯାଇ ତନାଘନା କରିଥିଲେ।ତଦନ୍ତ ସମୟରେ ଉକ୍ତ ଜଙ୍ଗଲ ନିକଟସ୍ଥ ଏକ ପଡ଼ିଆ ଜମିରେ ହାତୀ ମରାଯାଇ ପୋତାଯାଇଥିବା ଏକ ସ୍ଥାନ ସନ୍ଦେହ ହେବାରେ ତାକୁ ଖୋଳା ଯାଇଥିଲା। DFOଙ୍କ ଉପସ୍ଥିତିରେ ସଂପୃକ୍ତ ସନ୍ଦିଗ୍ଧ ସ୍ଥାନ ଖୋଳାଯିବା ପରେ ସେଠାରୁ ଏକ ଗଳିତ ଦନ୍ତାହାତୀର ଅସ୍ଥି ମଜ୍ଜା ମିଳିଥିଲା। ପରେ ପରେ ବଡମ୍ବା ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଏହାର ବ୍ୟବଚ୍ଛେଦ ହେବାସହ ଅଧିକ ପରୀକ୍ଷା ନିରିକ୍ଷା ଲାଗି ହାତୀର ଆବଶ୍ୟକ ଅଙ୍ଗପ୍ରତ୍ୟଙ୍ଗ ଫରେନସିକ ଲ୍ୟାବକୁ ପଠାଯିବାର ବ୍ୟବସ୍ଥା କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ତଦନ୍ତରେ ଆସିଥିବା ଏସଟିଏଫ୍ ଅଧିକାରୀଙ୍କୁ ପଚରାଯିବାରେ ହାତୀର ବ୍ୟବଚ୍ଛେଦ ରିପୋର୍ଟ ନେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିବା ବେଳେ କୌଣସି ପ୍ରତିକ୍ରିୟା ଦେବାକୁ ମନାକରି ଦେଇଥିଲେ।ଉପସ୍ଥିତ ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ଏହି ଘଟଣା ସମ୍ପର୍କରେ ପୂର୍ବରୁ ଅବଗତ ନଥିବା କହିଥିଲେ।ହାତୀ ମୃତ୍ୟୁନେଇ ବିଭାଗୀୟ ଅବହେଳା ଗୋଟିଏ ପକ୍ଷରେ ସ୍ପଷ୍ଟ ହୋଇଥିବା ବେଳେ ଏହାକୁ କିଏ କେବେ ହତ୍ୟା କରି ଏହାର ଦାନ୍ତ ଲୁଟି ନେଇଛନ୍ତି ତାହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହେଉଛି।ଦନ୍ତା ହାତୀର ଗଳିତ ଶବ ନରସିଂହପୁର ଏବଂ ବଡ଼ମ୍ବା ବନାଞ୍ଚଳ ସମେତ ରାଜ୍ୟରେ ଦନ୍ତା ହାତୀ ଶିକାର ନେଇ ନିୟନ୍ତ୍ରଣ ସନ୍ତୋଷଜନକ ହେଉ ନଥିବା ବେଳେ ନରସିଂହପୁର ଓ ବଡ଼ମ୍ବା ବନାଞ୍ଚଳରେ ହାତୀ ମୃତ୍ୟୁ ଘଟଣା ବିଭାଗୀୟ କର୍ତ୍ତୃପକ୍ଷ ଜାଣିପାରୁ ନଥିବା କେତେ ଯେ ବିଡ଼ମ୍ବନା ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।ଏ ସଂକ୍ରାନ୍ତରେ ସ୍ଥାନୀୟ ବନ ବିଭାଗ ପୂର୍ବରୁ ଟେର ପାଇ ନଥିବା ବିଭାଗୀୟ ଅଧିକାରୀଙ୍କୁ ପଚାରିବାରେ ଜଣାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More