ବିଦ୍ୟାଳୟରେ ପସି ଛାତ୍ରୀଙ୍କୁ ମାଡମାରିବାକୁ ନେଇ ସ୍କୁଲରେ ଉତ୍ତେଜନା

14

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ): – ଛାତ୍ରୀ ଓ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ପରେ ସ୍କୁଲ ଭିତରେ ପସି ଜଣେ ଅବିଭାବକ ଛାତ୍ରୀଙ୍କୁ କଚାଡ଼ି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାପରେ ଆଜି ବିଦ୍ୟାଳୟରେ ଛାତ୍ରୀଙ୍କ ପରିବାର ଲୋକେ ଆସି ତାଲା ପକାଇବା ଯେଗୁ ସ୍କୁଲ ନିକଟରେ ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣାଟି ଘଟିଛି କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା ସର୍ଗିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ଦିତୀୟ ଶ୍ରେଣୀରେ ଅଧ୍ୟୟନ ଛାତ୍ରୀ ଅଞ୍ଜୁ ନାଏକ ଓ ଛାତ୍ର ବିରେନ୍ଦ୍ର ପୁଝାରୀ ମଧ୍ୟରେ ସାମାନ୍ୟ ଝଗଡ଼ା ହୋଇଥିଲା। ଏହା ପରେ ଛାତ୍ର ଜଣକ ଘରେ ଯାଇ ତାଙ୍କ ବାପାଙ୍କୁ କହିବା ପରେ ସ୍କୁଲ କୁ ବିରେନ୍ଦ୍ରଙ୍କ ବାପା ପ୍ରଦୀପ ପୁଝାରୀ ଆସି ଛାତ୍ରୀ ଅଞ୍ଜୁ ଓ ସଞ୍ଜୁ ଦୁଇ ଭଉଣୀଙ୍କୁ ଶିକ୍ଷକଙ୍କ ଉପସ୍ଥିତିରେ ମଡ ମାରିଥିଲେ। ଆଜି ଏହି ଘଟଣାରେ ଛାତ୍ରୀଙ୍କ ପରିବାର ଲୋକେ ସ୍କୁଲରେ ପହଞ୍ଚି ତାଲା ପକାଇବା ସହ ଧାରଣା ଦେବାରୁ ବିଦ୍ୟାଳୟ ରେ ଉତ୍ତେଜନା ଦେଖାଦେଇଛି । ଏଠାରେ ପ୍ରନ୍ନ ଉଠେ ବିଦ୍ୟାଳୟରେ ଅଧ୍ୟୟନ ସମୟରେ ଛାତ୍ର ଜଣକ କେମିତି ସ୍କୁଲ କେମ୍ପସ୍ ଭିଭରୁ ଘର କୁ ଯାଇ ତାଙ୍କ ବାପାଙ୍କୁ କହିଲା ଓ ସ୍କୁଲରେ ପସି ଛାତ୍ରଙ୍କ ବାପା ଶିକ୍ଷକଙ୍କ ଉପସ୍ଥିତିରେ ଛାତ୍ରୀଙ୍କୁ ମାଡ଼ ମାରିଲେ । ଏପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି ଶିକ୍ଷକ ମାନଙ୍କ ଉପସ୍ଥିତିରେ ଏଭଲି ଘଟଣା ଘଟିନାହିଁ। ଅନ୍ୟପଟେ ଛାତ୍ରୀ ଜଣଙ୍କ କହିଛନ୍ତି ଶିକ୍ଷକଙ୍କ ଉପସ୍ଥିତିରେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଘଟଣାର ଖବର ପାଇ ମୋଟେର ଫାଣ୍ଡି ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା। ଏହାପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଣି ରଶ୍ମିତା ନେତାମ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୋଫାନ ମାଝୀ ପହଞ୍ଚି ଅଭିଭାବକ ଓ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରି ଛାତ୍ରୀଙ୍କ ବୟାନ ରେକର୍ଡ କରିଛନ୍ତି। ଶିକ୍ଷକ ଉପସ୍ଥିତରେ ଘଟଣା ଘଟିଛି, ତେଣୁ ଶିକ୍ଷକଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଇଓ କହିଛନ୍ତି। ଏଣେ ଥାନାରେ ମାମଲା ରୁଜୁ ହେବାପରେ ପୋଲିସ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ହେବା ନେଇ ସୂଚନା ରହିଛି। ସ୍କୁଲରେ ଛାତ୍ରୀ ସୁରକ୍ଷିତ ନୁହେଁ ଏହାଏକ ବିରାଟ ପ୍ରଶ୍ନ ହୋଇ ଛିଡା ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More