ଦକ୍ଷିଣ ମୋଡ଼ ହେଲା ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ନନ୍ଦୀଘୋଷ ରଥ

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଦକ୍ଷିଣ ମୋଡ଼ ହେଲା ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ନନ୍ଦୀଘୋଷ ରଥ । ତିନି ରଥ ନାକଚଣା ଦ୍ଵାରରେ ପହଂଚି ସାରିଛି। ଆଡ଼ପ ମଣ୍ଡପରେ ଚାଲିଚି ମହାପ୍ରଭୁଙ୍କ ଦର୍ଶନ। ଆଉ ମାତ୍ର ଗୋଟିଏ ଦିନ ପରେ ମହାପ୍ରଭୁ ଆଡ଼ପ ମଣ୍ଡପ ପରିତ୍ୟାଗ କରି ଶ୍ରୀ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ଏଣୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ଅବଧି ସରି ଆସୁଥିବା ବେଳେ ଭକ୍ତ ମାନେ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଟିକେ ଝଲକ ପାଇବା ପାଇଁ ହଜାର ହଜାର ସଂଖ୍ୟରେରେ ଭିଡ ଜମାଇଛନ୍ତି। ଭକ୍ତ ମାନେ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବା ପରେ ବ୍ରାହ୍ମଣଙ୍କୁ ଆଡ଼ପ ଅବଢ଼ା ସେବନ ପାଇଁ ଦେଉଛନ୍ତି। ପୁରାଣ ର ବର୍ଣ୍ଣନା ଅନୁଯାୟୀ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଆଡ଼ପ ଅବଢ଼ା ନେଇ ବ୍ରାହ୍ମଣ ଭୋଜନ କରାଇଲେ ପୁର୍ବ ପୁରୁଷ ତଥା ପିତୃ ପୁରୁଷ ତୃପ୍ତ ହୋଇଥାନ୍ତି। ଏଣୁ ଶ୍ରୀ ଗୁଣ୍ଡିଚାରେ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଡ଼ପ ଅବଢ଼ା ପାଇଁ ଭକ୍ତଙ୍କ ବେଶ୍ ଭିଡ଼ରହିଚି। ଭାରତର ବିଭିନ୍ନ ସ୍ଥାନରୁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଛୁଟି ଆସିଛନ୍ତି। ସେପଟେ ମହାପ୍ରଭୁଙ୍କ ନୀତିକାନ୍ତି ଗତ କିଛିଦିନ ହେବ ବିଳମ୍ୱ ଯୋଗୁ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଚି। ଏଣୁ ମହାପ୍ରଭୁଙ୍କ ନୀତି କାନ୍ତି କିଭଳି ଶୃଙ୍ଖଳିତ ହୋଇ ପାରିବ ସେ ଦିଗ ରେ ଉଦ୍ୟମ ହେଉଥିବା ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି। ତେବେ ଆସନ୍ତା କାଲି ସନ୍ଧ୍ୟା ଦର୍ଶନ ସୀମିତ କରାଯାଇ ଆସନ୍ତାକାଲି ସକାଳରୁ ଅପରାହ୍ନ 5 ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ରହିଛି। ସଂଧ୍ୟା ଦର୍ଶନ ପର ଦିନ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ରହିଚି। ତା ପୁର୍ବ ଦିନ ମହାପ୍ରଭୁଙ୍କ ସେନାପଟା ଲାଗି ଓ ଚାର ଭିଡା ରହିଚି। ଏଥି ସହିତ ଅନ୍ୟ ନିତି ରହିଚି। ଯଦି ସଂଧ୍ୟା ଦର୍ଶନ 5 ଟା ସୁଦ୍ଧା ବନ୍ଦ ନୁହେଁ ତା ପରଦିନ ବାହୁଡ଼ା ଯାତ୍ରାରେ ବ୍ୟାପକ ବିଭ୍ରାଟ ହେବାର ଆଶଙ୍କା ରହିଛି। ସେହିପରି ଆସନ୍ତା କାଲି ଭକ୍ତଙ୍କୁ ଗର୍ଭ ଗୃହକୁ ଯାଇ ଦର୍ଶନ ବନ୍ଦ ରହିବ। କେବଳ ବାହାର କାଠ ନିକଟରେ ଦର୍ଶନ ହେବ। ସେହିପରି ରଥ ଉପରେ ବାହୁଡ଼ା ଯାତ୍ରା ରେ କମ ସେବାୟତ ରହିବେ। ରଥ ଦଉଡି଼ ଛୋଟ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି। Rdc ଓ ଜିଲାପାଳଙ୍କ ସହ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବାହୁଡା଼ ଯାତ୍ରା ପରଦିନ ସୁନା ବେଶ୍ ଥିବାରୁ ବାହୁଡ଼ା ଦିନ କିଭଳି ତିନି ରଥ ସିଂହ ଦ୍ଵାରରେ ଲାଗିବ ସେ ନେଇ ସବୁ ବ୍ୟବସ୍ଥା ହୋଇଚି। ଅନ୍ୟପଟେ ଆସନ୍ତାକାଲି ଶେଷ ଆଡ଼ପ ଦର୍ଶନ ଥିବାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଆଶଂକା ରହିଚି । ଏଣୁ ଅଲଗା ବାରିକେଡ ବ୍ୟବସ୍ଥା ହେଉଚି। ଟ୍ରାଫିକ କୁ କିଭଳି ଶୃଙ୍ଖଳିତ ହୋଇ ପାରିବ ସେ ନେଇ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଉଛି। ବରିଷ୍ଠ ପୋଲିସ ଅଧିକାରୀ ମାନେ ଦାୟିତ୍ଵ ରେ ରହିବ। ବାହୁଡା଼ ଯାତ୍ରାରେ ପୋଲିସ୍ ବ୍ୟବସ୍ଥା ମଧ୍ୟ ରଥ ଯାତ୍ରା ଭଳି ହେବ। ସୁନା ବେଶ ଦିନ 90 ପ୍ଲାଟୁନ ପୋଲିସ ସୁରକ୍ଷା ଦାୟିତ୍ଵରେ ରହିବେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More