ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହା ଆସନ୍ତାକାଲି ସୁଦ୍ଧା ଘନୀଭୂତ ହୋଇପାରେ ଓ ୧୬ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରିଛନ୍ତି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦେଶକ ଡ଼. ଶରତ ଚନ୍ଦ୍ର ସାହୁ ।ଡ଼. ସାହୁଙ୍କ ସୂଚନା ଅନୁସାରେ ଏହାର ପ୍ରଭାବ ଓଡ଼ିଶା ଉପରେ କେତେ ପରିମାଣରେ ପଡ଼ିବ ତାହା ଆସନ୍ତା ୧୫ ତାରିଖରେ ସ୍ପଷ୍ଟ ହେବ । ତେବେ ଏହି ଲଘୁଚାପର ପ୍ରଭାବ ୧୬ ତାରିଖ ରାତିରେ ଅନୁଭୂତ ହେବ । ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ୧୯ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ । ଅପରପକ୍ଷରେ ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଡ଼. ସାହୁ କହିଛନ୍ତି ।