ଗଜପତି (ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବେତା ଗୁଡା ନିକଟରେ ଏକ ଦକ୍ଷତା ବିକାଶ ତାଲିମ କେନ୍ଦ୍ରକୁ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ରିବନ କାଟି ଶୁଭ ଉଦଘାଟନ କରିଛନ୍ତି।ଏହି କେନ୍ଦ୍ରଟି ଓଡ଼ିଶା ଦକ୍ଷତା ବିକାଶ କେନ୍ଦ୍ର ଓ ବିଜ୍ଞାନ ଭାରତୀ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ କେନ୍ଦ୍ରଟି ଉଦଘାଟିତ ହୋଇଛି।ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ।ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ. ତିରୁପତି ରାଓ ,ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରାମାଞ୍ଚଳ ଖମାରି, ବିଜ୍ଞାନ ଭାରତୀ ଟ୍ରଷ୍ଟର ମେନେଜିଙ୍ଗ ଟ୍ରଷ୍ଟି ଶ୍ରୀ ସୁରେଶ ପାଣିଗ୍ରାହୀ, ଵିଜ୍ଞାନ ଭାରତୀ ଚେରିଟେବୁଲ ଟ୍ରଷ୍ଟର ନିର୍ଦ୍ଦେଶକ ଶ୍ରୀ ରୂପେସ ପାଣିଗ୍ରାହୀ,ହାଇ ଟେକ ଗ୍ରୁପର ନିର୍ଦ୍ଦେଶକ ଶ୍ରୀମତୀ ପୁଷ୍ପାଞ୍ଜଳି ପାଣିଗ୍ରାହୀ ପ୍ରମୁଖ ମାଞ୍ଚସିନ ଥିଲେ। ଏହି ବିକାଶ କେନ୍ଦ୍ରରେ ଯୁବତୀ ମାନଙ୍କୁ ସିଲେଇ, କମ୍ପ୍ୟୁଟର ତାଲିମ ପ୍ରଦାନ କରାଯିବ। ତାଲିମ ପାଇବା ପରେ ସେମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ସେମାନଙ୍କର ସାମାଜିକ ଅର୍ଥନୈତିକଅଭିବୃଦ୍ଧି ହେବା ସହ ସେମାନେ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବେ ବୋଲି ଆଶା କରାଯାଉଛି।ଏହି କାର୍ଯ୍ୟକ୍ରମରେ ଜନ ପ୍ରତିନିଧି,ତାଲିମ ନେବା ଯୁବତୀ,ଜିଲ୍ଲା ସ୍ତରୀୟ ଅଧିକାରୀ, ଗଣ ମାଧ୍ୟମ ଉପସ୍ଥିତ ଥିଲେ।ପରିଶେଷରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଗଜପତି ଜିଲ୍ଲାପାଳ ଗଛ ଲଗାଇ ଉତ୍ସ।ହିତ କରାଇଥିଲେ ଓ ସମସ୍ତଙ୍କୁ ବୃକ୍ଷ ରୋପଣ କରିବାକୁ କହିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।