ଥମୁନି ଜନନୀ ଯନ୍ତ୍ରଣା ଖଟିଆରେ ବୁହା ହେଲେ ଗର୍ଭବତୀ

30

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – :ଗାଁକୁ ରାସ୍ତା ନାହିଁ।ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ।ରାସ୍ତା ନଥିବା ଯୋଗୁଁ ପ୍ରାୟ ୩ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରହିଗଲା।ଶେଷରେ ଖଟିଆରେ ପ୍ରାୟ ୨ କିଲୋମିଟର ଦୂର ଘାଟି ରାସ୍ତାରେ ବୋହି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଏହି ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଂଚାୟତ ଅନ୍ତର୍ଗତ କୁନିନାଲ ଗ୍ରାମରେ। ସୂଚନା ଅନୁସାରେ କୁନିନାଲ ଗ୍ରାମର ଲୁଲୁ ମୁଦୁଲିଙ୍କ ସ୍ତ୍ରୀ ୪ ମାସର ଗର୍ଭବତୀ ସବି ମୁଦୁଲିଙ୍କୁ ଆଜି ସନ୍ଧ୍ୟା ସମୟରେ ହଠାତ କୌଣସି କାରଣରୁ ପେଟ ବ୍ୟଥା ହୋଇଥିଲା।କୁନିନାଲ ଗ୍ରାମରେ କୌଣସି ନେଟୱର୍କ ନଥିବା ବେଳେ ଗ୍ରାମରୁ କିଛି ଦୂରରେ ଥିବା ପାହାଡ଼ ଉପରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଚଢି ଝରିଗାଁ ସାମ୍ବାଦିକ ରମେଶ ପଟ୍ଟନାୟକଙ୍କୁ ଘଟଣା ସମ୍ପର୍କରେ କହିବା ସହ ଆମ୍ବୁଲାନ୍ସ ପଠାଇବା ପାଇଁ କହିଥିଲେ।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ଆମ୍ବୁଲାନ୍ସ ଉପଲବ୍ଧ ନଥିବା ବେଳେ ଘଟଣା ନେଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ ଙ୍କୁ ଏ ସମ୍ପର୍କରେ ସାମ୍ବାଦିକ ଙ୍କୁ ଅବଗତ କରିବା ସହ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଏମ୍ ଏଚ୍ ୟୁ ଗାଡି ପଠାଇବା ପାଇଁ ଅନୁରୋଧ କରିଥିଲେ।ଶେଷରେ ଏମ୍ ଏଚ୍ ୟୁ ଗାଡି କୁନିନାଲ ଗ୍ରାମ ଅଭିମୁଖେ ବାହାରିଥିଲା।ତେବେ କୁନିନାଲ ଗ୍ରାମକୁ ରାସ୍ତା ନଥିବା ଯୋଗୁଁ ଖଦରାପାଣି ଗ୍ରାମ ଠାରୁ ଅଧା କିଲୋମିଟର ଦୂର ଯିବା ପରେ ଏମ୍ ଏଚ୍ ୟୁ ଗାଡି ରହି ଯାଇଥିଲା।ଏହି ଖବର ପାଇବା ପରେ ପରିବାର ଲୋକ କୌଣସି ଉପାୟ ନପାଇ ଗ୍ରାମବାସୀଙ୍କ ସାହାଯ୍ୟରେ ପ୍ରାୟ ୨ କିଲୋମିଟର ଦୂର ଘାଟି ରାସ୍ତାରେ ଏକ ଖଟିଆରେ ୪ମାସର ଗର୍ଭବତୀ ମହିଳା ସବିଙ୍କୁ ଅନ୍ଧାର ରାତିରେ ମୋବାଇ ଲାଇଟରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ।ପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସବି ସୁସ୍ଥ ଥିବା ସୂଚନା ମିଳିଛି।
ଏଠାରେ ପ୍ରକାଶ ଯେ ଝରିଗାଁ ବ୍ଳକର ୬୦ରୁ ଉର୍ଦ୍ଧ ଗ୍ରାମକୁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ ହୋଇନାହିଁ।ସେହିପରି ବହୁ ଉପାନ୍ତ ଅଂଚଳରେ ରହି ଥିବା ଗ୍ରାମ ଗୁଡିକ ପାଦ ଚଲା ରାସ୍ତା ଉପରେ ନିର୍ଭର କରୁଛନ୍ତି।ଏହି ଭଳି ଉପାନ୍ତ ଗ୍ରାମ ଗୁଡିକୁ ଆମ୍ବୁଲାନ୍ସ ଯାଇ ପାରୁନାହିଁ।ଫଳରେ ଗ୍ରାମର ରୋଗୀ ଏବଂ ଗର୍ଭବତୀ ମହିଳା ମାନଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ବହି ଆଣିବା ପାଇଁ ପଡୁଛି।ତେଣୁ ପ୍ରଶାସନ ରାସ୍ତା ନଥିବା ଗ୍ରାମ ଗୁଡିକୁ ଚିହ୍ନଟ କରି ତୁରନ୍ତ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହୋଇଛି! ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More