ତ୍ରିରଙ୍ଗା ଯାତ୍ରା ସମିତି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

22

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : – ଆଜି ତ୍ରିରଙ୍ଗା ଯାତ୍ରା ପାଳନ ସମିତି ସୋନପୁର ତରଫରୁ ଆଜାଦି କି ଅମୃତ ମହତ୍ସବ ପାଇଁ ଏକ ତ୍ରିରଙ୍ଗା ଯାତ୍ରା ସହିତ ଅଖଣ୍ଡ ଭାରତ ଦିବସ ରେ ବିଭିନ୍ନ ସାମାଜିକ ଓ ଆଧ୍ୟାତ୍ମିକ ସଂଗଠନ ର ମିଳିତ ସହଯୋଗ ରେ ଏକ ବିରାଟ ଶୋଭାଯାତ୍ରା ଦ୍ଵାରା ସୋନପୁର ନଗର ପରିକ୍ରମା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆର ଏସ ଏସ, ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ମାରୱାଡ଼ି ଯୁବାମଞ୍ଚ, ସୋନପୁର କଲେଜ ଏନ ସି ସି, ବଣିକ ସଂଘ, ସ୍ୱଚ୍ଛ ଭାରତ ସଂଗଠନ, ଗାଡ଼ି ଚାଲକ ସଂଘ, ଡ୍ରାଇଭର ମହାସଂଘ, ରକ୍ତ ଦାତା ସଂଘ, ଭଗବତୀ ଯୁବକ ସଂଘ, ଯୋଗାଳୟ, ଅବସର ପ୍ରାପ୍ତ ଶିକ୍ଷକ ସଂଘ, ସରସ୍ଵତୀ ଶିଶୁ ମନ୍ଦିର, ବ୍ଲକ ଦୁର୍ଗା ପୂଜା କମିଟି, ଶ୍ରମିକ ସଂଗଠନ, ସମେତ ସହର ର ପ୍ରମୁଖ ସ୍ବେଛାସେବୀ ସଂଗଠନ, ସଚେତନ ନାଗରିକ, ଦେଶ ପ୍ରେମୀ, ସାଧାରଣ ଜନତା ଯୋଗଦାନ କରିଥିଲେ l ଏହି ତ୍ରିରଙ୍ଗା ଯାତ୍ରା ପାଳନ ସମିତିର ସଭାପତି ଶିବ ପାତ୍ର , ଉପ ସଭାପତି ସମେତ ରଶ୍ମିରଞ୍ଜନ ଦାସ, ଜିତୁ ବଡମାଳି, ସ୍ୱରୂପ ପାତ୍ର, ବିରଞ୍ଚି ମେହେର, ଜୟାଦ୍ରଥ ଜଗଦଳ୍ଲା, ସଞ୍ଜୟ ମହାପାତ୍ର, ରାଜେଶ ସିଂ, ଯୋଗଦାନ କରିଥିଲେ ଉକ୍ତ ଯାତ୍ରା, ବ୍ଲକ ଛକ ବାଲାଜୀ ମନ୍ଦିରରୁ ଆରମ୍ଭ ହୋଇ, ଆମ୍ବେଦକର ଛକ, କଚେରି ଛକ, ମଝିପଡା, ବିଜୁପଟ୍ଟନାୟକ ଛକ, ଗଙ୍ଗାଧର ମେହେର ଛକ, ଦୁର୍ଗାମଣ୍ଡପ, ସୁରେଶ୍ଵରୀ ମନ୍ଦିର ଛକ, ନଳିନୀ ଛକ, ପଟାଭାଡ଼ି ଛକ ପୁଣି ଵବ୍ଲ ଛକ ସ୍ଥିତ ବାଲାଜୀ ମନ୍ଦିରରେ ଶେଷ ହୋଇଥିଲା। ପରି ଶେଷର ବାଲାଜୀ ମନ୍ଦିର ନିକଟରେ ଥିବା ରୟାଲ ପଡ଼ିଆରେ ଜାତୀୟ ସଙ୍ଗୀତ ଗାନ ହୋଇ ତ୍ରିରଙ୍ଗା ଯାତ୍ରା ସମାପନ ହୋଇଥିଲା l ଉକ୍ତ କାର୍ଯ୍ୟ କ୍ରମରେ ଭାରତମାତା କି ଜୟ, ବନ୍ଦେ ମାତରଂ, ଭାରତ ଅଖଣ୍ଡ ହୋ ଅଖଣ୍ଡ ହୋ ନରା ସୋନପୁର ନଗର ପ୍ରକମ୍ପୀତ ହୋଇ ଉଠି ଥିଲା। ଏହି କାର୍ଯ୍ୟକ୍ରମରେ ସୋନପୁର ନଗର ଜନସାଧାରଣଙ୍କ ମଧ୍ୟରେ ଏକ ଦେଶ ଭକ୍ତିର ଏକ ଜାଗରଣ ସୃଷ୍ଟି ହୋଇଥିଲା l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More