ନୂଆପଡା (ସଂଘର୍ଷ ମିଡିଆ ) : r : ତେଲେଙ୍ଗାନାରୁ ସୁରକ୍ଷିତ ଉଦ୍ଧାର ହେଲେ ନାବାଳକ ଦାଦନ ବଲ୍ଲଭ।ନୂଆପଡା ଜିଲ୍ଲା କୋମନା ବ୍ଲକ ଲଖନା ଗ୍ରାମପଂଚାୟତ ଡେଡେଙ୍ଗା ଗ୍ରାମର ନାବାଳକ ଶ୍ରମିକ ରାଜ୍ୟ ବାହାରେ ବନ୍ଧା ପଡିଥିବା ବେଳେ ଗରିବ ସେନା ପକ୍ଷରୁ ଉଦ୍ଧାର ନେଇ ଦାବି ଜଣାଇଥିଲେ। ଶେଷ ରେ ନାବାଳକ ଦାଦନ ଶ୍ରମିକ ଉଦ୍ଧାର ନେଇ ତେଲେଙ୍ଗାନର ସ୍ଵେଚ୍ଛାସେବୀ ମାନେ ହସ୍ତକ୍ଷେପ କରିଥିଲେ।ଇଟାଭାଟି ମାଲିକ ୧ ଲକ୍ଷ ୪୦ ହଜାର ରେ ଟଙ୍କାରେ ବନ୍ଧା ପଡ଼ିଥିଲା ନବାଲାକ ଶିଶୁ । ସମସ୍ତଙ୍କ ଉଦ୍ୟମରେ ଶେଷରେ ନବଳିକ ଉଦ୍ଧାର ହେବ ପରେ ଗରିବ ସେନା ପକ୍ଷରୁ ତାଙ୍କ ପରିବାରଙ୍କୁ ସାକ୍ଷାତ କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଓ ଶିଶୁ ଶୁରକ୍ଷା ଅଧିକାରୀ ଆଜିଯାଏ ପରିବାରବର୍ଗକୁ ଦେଖାକଲେ ନାହି କି କୌଣସି ପଦକ୍ଷେପ ନେଇନାହାନ୍ତି। ଗରିବ ସେନା ସଭାପତି ରବି ମଂଗରାଜ,ଦେବେନ୍ଦ୍ର ବାଗ,ସାହାରୁଖ ଖାନ୍,ତରୁଣ ତାଣ୍ଡି, ମହେନ୍ଦ୍ର ପଟେଲ୍, ଭୁଷଣ ଶଗରିଆ ଉପସ୍ଥିତ ଥିଲେ। ଦାଦନ ଶ୍ରମିକ ଉଦ୍ଧାରରେ ସାମିଲ ହୋଇଥିବା ସମସ୍ତଙ୍କୁ ପରିବାର ପକ୍ଷରୁ ଧନ୍ୟବାଦ ଦେଇଥିଲେ।