ତେଲେଙ୍ଗାନାରୁ ଆସିଲା ଦାଦନ ଶ୍ରମିକଙ୍କ ଶବ

15

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ପାଖରେ ତେଲେଙ୍ଗାନା ରୁ ଦାଦନ ଶ୍ରମିକଙ୍କ ସବ ଆସି ପହଁଚିଲା l ଶବ ପହଂଚିବା ପରେ ପରିବାର ଲୋକଙ୍କୁ ସହାୟତା ଦାବୀ କରି ସୋମବାର ଖଡ଼ିଆଳ ଥାନା ଆଗରେ ସବ ରଖି ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣିମୁଣ୍ଡା ପଂଚାୟତ ର ଦାଦନ ଶ୍ରମିକ ମନୋଜ ହିଆଲ (୩୫)ବୋଲି ଜଣାପଡିଛି l ତେଲେଙ୍ଗାନାକୁ ଦାଦନ ଖଟି ଯାଇଥିବା ବେଲେ ଗତ ଶୁକ୍ରବାର ତେଲେଙ୍ଗାନାରେ ତାଙ୍କର ମୃତ୍ୟୁ ହୋଇଥିଲା l ସୋମବାର ଦିନ ତାଙ୍କ ସବ ଆସି ଖଡ଼ିଆଳ ପହଂଚିଥିଲା l ପରିବାର ଲୋକଙ୍କ କହିବା ଅନୁସାରେ, ମନୋଜ ତେଲେଙ୍ଗାନାର ଭାବରପଟନମ ପିତୁଳା ଅଂଚଳରେ ମାଲିକ ଭେଙ୍କଟେଶଙ୍କ ନିକଟରେ କାମ କରୁଥିଲେ l ଏଥିପାଇଁ ବାର୍ଷିକ ୬୦ହଜାର ଟଙ୍କାର ଚୁକ୍ତି ମଧ୍ଯ ହୋଇଥିଲା l କାମ କରୁଥିବା ସମୟରେ ମନୋଜ ଦୁର୍ବଳ ହୋଇ ପଡିଥିଲେ l ମାଲିକ ଠିକ ସମୟରେ ଚିକିତ୍ସା କରାଇଲେ ନାହିଁ l ଫଳରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିଲା l ଏନେଇ ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏତଲା ଗ୍ରହଣ କରିନଥିବା ପରିବାର ଲୋକ ଅଭିଯୋଗ କରିଥିଲେ l ପରେ ନୂଆପଡା SP ଙ୍କ ଠାରେ ମଧ୍ଯ ଲିଖିତ ଅଭିଯୋଗ କରିଥିଲେ l ସୋମବାର ମନୋଜଙ୍କ ସବ ଖଡ଼ିଆଳ ପହଂଚିବା ପରେ ଜିଲ୍ଲା ଦଳିତ ଅଧିକାରୀ ସଭାପତି କମଲ ଚରଣ ତାଣ୍ଡି ଓ ଶତାଧିକ ଦଳିତ କର୍ମକର୍ତ୍ତା ଥାନା ସଂହୁଖରେ ଧାରଣା ଦେଇଥିଲେ l ମୃତ ମନୋଜଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗେଇ ଦେବାପାଇଁ ଖଡ଼ିଆଳ ଥାନା ଅଧିକାରୀ କୈଳାଶ ଚନ୍ଦ୍ର ସେଠିଙ୍କ ଜରିଆରେ ଏସପିଙ୍କୁ ପ୍ରଦାନ କରିଥିଲେ ଲେନେଇ ଇବ୍ରାହିମପାଟଣା ହାଇଦ୍ରାବାଦ ରେ ଇଟାଭାଟି ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି l ନୂଆପଡ଼ା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More