ତେନ୍ତୁଳୀଖୁଣ୍ଟି ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଥାନାରେ ନୂତନ ଭାବେ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଯୋଗ ଦାନ କରିଛନ୍ତି l ଉକ୍ତ ଥାନାରେ ଥାନା ଅଧିକାରୀ ଟଙ୍କଗିରି ଭୋଇ ଙ୍କ ବଦଳି ହେବା ପରେ ଉକ୍ତ ପଦବୀ ଖାଲି ରହିଥିଲା l ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷୀକା ଏସ୍ ସୁଶ୍ରୀ ଅଭିମନ୍ୟୁ ଦୁର୍ଗା ଙ୍କୁ ତେନ୍ତୁଳିଖୁଣ୍ଟି ଥାନା ସହ ଖାତିଗୁଡା ଥାନା ଦାୟିତ୍ଵ ଦେଇଛନ୍ତି l ତେନ୍ତୁଳିଖୁଣ୍ଟି ଥାନାରେ ନୂତନ ଭାବେ ଯୋଗଦାନ କରିଥିବା ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗା ଙ୍କୁ କର୍ମଚାରୀମାନେ ସ୍ଵାଗତ ଜଣାଇଥିଲେ l ତେନ୍ତୁଳିଖୁଣ୍ଟି ଓ ଖାତିଗୁଡା ଅଞ୍ଚଳରେ ଆଇନ ଶୃଙ୍ଖଳା ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦିଆଯିବା ସହ ଜନସାଧାରଣ ଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ନିରନ୍ତର ଉଦ୍ୟମ ଜାରୀ ରହିବ ବୋଲି ନୂତନ ଭାବେ ଯୋଗଦେଇଥିବା ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗା ସୂଚନା ଦେଇଛନ୍ତି l ସେ ଜଣେ ସୁଦକ୍ଷ ପୋଲିସ ଅଧିକାରୀ ହୋଇ ଥିବାରୁ ତାଙ୍କ ଯୋଗଦାନ ରେ ଏ ଅଂଚଳବାସୀ ଖୁସି ପ୍ରକଟ କରିଛନ୍ତି l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More