ତେନ୍ତୁଳିପାଲି ଠାରେ କୈଳାସୀ ଯାତ୍ରା ପାଳିତ

14

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା ଗ୍ରାମପଞ୍ଚାୟତ ତେନ୍ତୁଳିପାଲି ଠାରେ କୈଳାସୀ ଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି । ରାତିରେ ଗ୍ରାମର ଯୁବକମାନଙ୍କ ଦ୍ୱାରା ଅଭିନୀତ ସାମାଜିକ ନାଟକ ଲୁହକୁ ଜଣା ମୋ ଶେଷ ଠିକଣା ନାଟକକୁ ଆନୁଷ୍ଠାନିକ ଭାବରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଫିତା କାଟି ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବରେ ପୂର୍ବତନ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପୟୋଧର ମହାକୁଳ,ସ୍ଥାନୀୟ ସରପଞ୍ଚ ଯଯାତି କେଶରୀ ମହାଲିକ, ସମିତି ସଭ୍ୟା ପ୍ରତିନିଧି କହ୍ନାଇ ବାଦୀ, ସମାଜସେବୀ ରମେଶ ପ୍ରସାଦ ସାହୁ, ଶିବ ପ୍ରସାଦ ସାହୁ,ସୁଶାନ୍ତ ବାଘ ଉପସ୍ଥିତ ଥିଲେ । ଗ୍ରାମବାସୀ ତଥା ମା ଶାରଦା ନାଟ୍ୟ ସଂସଦ ତରଫରୁ ସମସ୍ତ ଅତିଥି ମାନକୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । କୈଳାସୀ ଯାତ୍ରାର ଇତିହାସକୁ ଗ୍ରାମର ସଞ୍ଜିତ ବେହେରା ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଗ୍ରାମର ସାନ ବେହେରା । ଗ୍ରାମ ସଭାପତି ପ୍ରକାଶ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଗ୍ରାମବାସୀ ତରଫରୁ ଶେଷଦେଵ, ସୁଶାନ୍ତ, ଜଗଦୀଶ, ସୁରୁ, ରଜାସମେତ ଶତାଧିକ ଦର୍ଶକ ଉପସ୍ଥିତ ରହି ସାମାଜିକ ନାଟକକୁ ଦେଖୁଥିଲେ । ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More