ତେନ୍ତୁଳିଖୁଣ୍ଟି ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀଅଧିକ୍ଷକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଆଜି ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ସହ ଏସ ପି ଏସ ସୁଶ୍ରୀ ତଥା ଜିଲ୍ଲାସ୍ତରର ବହୁ ବିଭାଗର ଅଧିକାରୀ ସମେତ ଉପଜିଲ୍ଲାପାଳ ଯୋଗଦେଇଥିଲେ। ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ର ଖାତିଗୁଡା ଗ୍ରାମ ତଥା ବଜାର ଓ କଲୋନୀର ପାନୀୟ ଜଳସମସ୍ୟା ସମାଧାନ ଓ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ପାଇଁ ସମିତି ସଭ୍ୟ ସୁକାନ୍ତି ମହାନ୍ତି ନିବେଦନ କରିଥିଲେ। ।। ଜାନୀ ସାହିରୁ ହରିଜନ ସାହି କଂକ୍ରିଟ ରାସ୍ତା ପାଇଁ ଦିଗି ସରପଞ୍ଚ କିଶୋର ନାୟକ ନିବେଦନ କରିଥିଲେ। ପଣସ ପଦରରୁ ଚରାମୂଳା ଜରାଜୀର୍ଣ୍ଣ ରାସ୍ତାର ବିକାଶପାଇଁ ମଧ୍ୟ ଅନୁରୋଧ ରହିଥିଲା।ମେରାକାନିରେ ବିକାଶ ମୂଳକ କାର୍ଯ୍ୟ କରାଯାଉନି ବୋଲି ଅଭିଯୋଗ ରହିଥିଲା। ପୂଜାରିଗୁଡାରୁ କିଛି ଗ୍ରାମବାସୀ ରାଇସ ମିଲ ପ୍ରଦୂଷଣ କରୁଥିବା ନେଇ ଅଭିଯୋଗ କରିଥିଲେ। ଅଁଳାଭଟ୍ଟାର ପଣ୍ଡିକୋଟରୁ ଡେଙ୍ଗାଲଗୁଡ଼ା ରାସ୍ତା ପାଇଁ ଅନୁରୋଧ କରିଥିଲେ ଗ୍ରାମବାସୀ।ପାତ୍ରପୁଟ ସମିତି ସଭ୍ୟ ଦିଲିପ ପ୍ରଧାନୀ ଝରିଗୁମ୍ମା ଗ୍ରାମବାସୀ ଘୁମରେଶ୍ଵର ଶୈବ ପୀଠର ରାସ୍ତା ଓ ପାନୀୟ ଜଳ ସୁବିଧା କରିବାକୁ ଅନୁରୋଧ କରିଥିଲେ। । ଆଜି ସମୁଦାୟ ୫୩ ଟି ଅଭିଯୋଗ ଆସିଥିବା ବେଳେ ୧୬ ଟି ଗୋଷ୍ଠୀ ବା ଗ୍ରାମ୍ୟ ସମସ୍ୟା ଭିତ୍ତିକ ଅଭିଯୋଗ ରହିଥିଲା। ଆଜି ଦୁଇ ଜଣଙ୍କୁ ଟ୍ରାଇ ସାଇକଲ ,ବ୍ଲାଇଣ୍ଡ ଷ୍ଟିକ ଜଣକୁ, ଆଶା ବାଡ଼ି ଅଠର ଜଣଙ୍କୁ , ପ୍ରୋସ୍ଥେଟିକ ହ୍ୟାଣ୍ଡ ଦୁଇ ଜଣ ଓ ପ୍ରୋସ୍ଥେଟି କ ଲେଗ ଜଣଙ୍କୁ ଏବଂ ୩୫ ଜଣଙ୍କୁ ପେନସନ ଦିଆ ଯାଇଥିଲା। ଜିଲ୍ଲାପାଳ ମିଶ୍ର ଅଭିଯୋଗ ଶୁଣି ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇ ଥିଲେ। ଅଭିଯୋଗ ଶୁଣାଣିରେ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ , ଡି ଏଫ ଓ ଜି ଜଗଦୀଶ ରାଓ ,ଜିଲ୍ଲା ମୁଖ୍ୟ ଉଦ୍ୟାନ ଅଧିକାରୀ ଜି ଭେଙ୍କଟ ରେଡି , ସହକାରୀ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଦିଲିପ କୁମାର କବିରାଜ ,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ,ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଭିଜିତ ପାଢି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ସମେତ ବ୍ଲକ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।ଉଲ୍ଲେଖ କରାଯାଇପାରେ କି ଜିଲ୍ଲାପାଳ ଅଭିଯୋଗ ଶୁଣାଣି ବେଳେ ବ୍ୟକ୍ତିଗତ ହେଉ ସାମୁହିକ ସମସ୍ୟା ସମାଧାନ ପାଇଁ ଯେଉଁ ବିଭାଗର ଅଧିକାରୀଙ୍କୁ ନିର୍ଦେଶ କରୁଛନ୍ତି ସେମାନେ କେତେଦୂର ଆଗ୍ରହ ସହ ସମାଧାନ କରିଛନ୍ତି ଜିଲ୍ଲାପାଳ ନିଜର ପରବର୍ତ୍ତୀ ଅଭିଯୋଗ ଶୁଣାଣିରେ ସମୀକ୍ଷା କଲେ କାର୍ଯ୍ୟକାରିତା ବୃଦ୍ଧି ପାଇଥାନ୍ତା ଓ ଜନତାଙ୍କ ର ସମସ୍ତ କାର୍ଯ୍ଯ ସାଧନ ହୋଇ ପାରନ୍ତା ବୋଲି ମତ ପ୍ରକାଶ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More