ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ

29

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ତା ୨୭/୦୬ ନବରଙ୍ଗପୁର ଜିଲ୍ଲା ତେନ୍ତୁଳଖୁଣ୍ଟି ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଶିବିର ଆଜି ପଞ୍ଚାୟତ ସମିତି ସଭାଗୃହ ରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା। ଏଥିରେ ଏହି ପଞ୍ଚାୟତ ସମିତି ର ବିଭିନ୍ନ ଅଞ୍ଚଳ ରୁ ଜିଲ୍ଲାପାଳଙ୍କୁ ଭେଟି ନିଜର ତଥା ନିଜ ଅଞ୍ଚଳ ର ସମସ୍ୟା,ଆପତ୍ତି ଅଭିଯୋଗ ଜଣାଇ ବା ପାଇଁ ଆସିଥିବା ୬୫ ଜଣଙ୍କର ନାମ ପଞ୍ଜିକରଣ କରାଯାଇଥିଲା ସେଥି ମଧ୍ୟରୁ ୪୫ ଜଣଙ୍କର ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ରହିଥିବାବେଳେ ୨୦ ଗୋଟି ଗୋଷ୍ଟି ଗତ ଥିଲା। ଏଥିରେ ପାନୀୟଜଳ, ସ୍ବାସ୍ଥ୍ୟ ସେବା, ପ୍ରଧାନମନ୍ତ୍ରୀ ଆବାସ, ବାର୍ଦ୍ଧକ୍ୟ ଭତ୍ତା,ଶିକ୍ଷା ବ୍ୟବସ୍ଥା,ରାସ୍ତା ମରାମତି, ନିର୍ମାଣ, ଜଙ୍ଗଲ ଜମି ପଟ୍ଟା, ଅଧା ନିର୍ମାଣ ହୋଇ ରହିଥିବା ଅଙ୍ଗନୱାଡ଼ି କେନ୍ଦ୍ର, ମିଶନ ଶକ୍ତି ଗୃହ ର ପୂର୍ଣ୍ଣାଙ୍ଗ କରଣ, ପଞ୍ଚାୟତ କାମର ବକେଆ ପାଉଣା, ବିଜୁଳି ସଂଯୁକ୍ତ କରଣ, ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା, ଦିବ୍ୟାଙ୍ଗ ବ୍ୟକ୍ତି ଙ୍କୁ ଆବଶ୍ୟକ ସହାୟତା,ଜମିଜମା ସଂକ୍ରାନ୍ତୀୟ ଇତ୍ୟାଦି ଅନ୍ତର୍ଭୁକ୍ତ। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଲୋକଙ୍କର ସମସ୍ୟା, ବ୍ୟକ୍ତି ଗତ ଆପତ୍ତି, ଭିଯୋଗ ଜଣାଇ ବା ପାଇଁ ଆସିଥିବା ସମସ୍ତ ଜନସାଧରଣଙ୍କୁ ଭେଟି ତାଙ୍କର ଆପତ୍ତି ଅଭିଯୋଗ ଶୁଣାଣୀ କରିବା ସହିତ ସମସ୍ତ ଙ୍କ ଠାରୁ ଦରଖାସ୍ତ ଗ୍ରହଣ କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ତଥା ବ୍ଲକ୍ ସ୍ତରୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ସ୍ତରରେ ଲୋକଙ୍କର ରହିଥିବା ଆବଶ୍ୟକ ବିଭିନ୍ନ ସମସ୍ୟାର ସମାଧାନ ପ୍ରତି ଯତ୍ନବାନ୍ ହୋଇ ସେବା ମନୋଭାବ ନେଇ କାର୍ଯ୍ୟକରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହି ଜନ ଶୁଣାଣୀ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ,ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ରତ୍ନାକର ସାହୁ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର କାଳୀ ପ୍ରସାଦ ବେହେରା,ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଅଭିମନ୍ୟୁ ମାଝୀ,ଜିଲ୍ଲା ଶିକ୍ଷା ଅଧିକାରୀ, ପ୍ରଦୀପ କୁମାର ନାଗ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ, ପ୍ରଫୁଲ୍ଲ କୁମାର ମିଶ୍ର, ଉପନିର୍ଦେଶକ କୃଷି ଉଦ୍ୟାନ ଭିଭାଗ ଡକ୍ଟର ପ୍ରଦୋଷ କୁମାର ପଣ୍ଡା, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଅମରେନ୍ଦ୍ର କୁମାର ପାଢ଼ୀ,ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନୀଆଲ୍, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ସ୍ଵର୍ଣ୍ଣ ଲତା ବିଶ୍ୱାସ, ଜିଲ୍ଲା ମତ୍ସା ଧିକାରୀ ଜଗଦୀଶ ରାଓ, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଗ ଦିଲିପ୍ କୁମାର ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସୁରେଶ କୁମାର ପଟ୍ଟନାୟକ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ତତ୍ତ୍ଵ ମଶି ମହାପାତ୍ର,ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ, ସଭ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷା,ଗୋଷ୍ଟି ଉନ୍ନୟନ ଅଧିକାରୀ, ତହସିଲଦାର, ପୋଲିସ ପ୍ରଶାସନ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ୧୦ ଜଣ ଦିବ୍ୟଙ୍ଗ ଙ୍କୁ ଟ୍ରା ଏ ସାଇକଲ,୧୫ ଜଣ ଦୀବ୍ୟାଙ୍ଗ ଙ୍କୁ ହୁଇଲଚୈର୍,୫ ଜଣଙ୍କୁ ଅନ୍ଧ ଛଡ଼ି ଏବଂ ଜିଲ୍ଲା ଜରୁରୀ କାଳୀନ ବିଭାଗ (ରେଡକ୍ରସ) ତରଫରୁ ୬୦ ଟି ସ୍ବଚ୍ଛତା କିଟ୍ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More