ନବରଙ୍ଗପୁର,୨୦/୮ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ପୁଜାରୀଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟିପଦର ଗ୍ରାମ ରେ ପ୍ରାୟ ୧୫ଦିନରୁ ଅଧିକ ହେଲାଣି ଝାଡ଼ା ବାନ୍ତି କମିବା ପରିବର୍ତ୍ତେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମକୁନ୍ଦ ସାନ୍ତା ଙ୍କ ପରେ ପ୍ରାୟ୧୫ରୁ ୨୦ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣା ପଡିଛି। ଏହା ଦିନକୁ ଦିନ ଥମିବାର ନା ନେଇନି। ଗତକାଲି ପୁଣି ଲାମତାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଡ଼ାଆଉଳି ଗ୍ରାମର ଜଗଦୀଶ ହରିଜନ(୨) ଓ ତରାଇ ଜାନୀ (୩୦) କାଳୀମଣି ହରିଜନ ଆକ୍ରାନ୍ତ ହେବା ପରେ ଏହା ଧୀରେ ଧୀରେ ବଢିବାରେ ଲାଗିଛି।ଗୋଟିଏ ଗ୍ରାମ ପଞ୍ଚାୟତ ପରେ ପୁଣି ଆଉ ଏକ ଗ୍ରାମ ପଞ୍ଚାୟତ କୁ ଝାଡାବାନ୍ତି ଲମ୍ବ ଡିଆ ମାରିଥିଲେ, ବି ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ ନାମକୁ ମାତ୍ର ଲୋକ ଦେଖାଣିଆ ଆକ୍ରାନ୍ତ ଗ୍ରାମକୁ ଗସ୍ତ କରି ଆଶା ଅଙ୍ଗନୱାଡ଼ି ଉପରେ ସବୁ କାମ ଛାଡି ଦେଇଛନ୍ତି। ଗତ ସପ୍ତାହରେ ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀ ଦୁର୍ଯ୍ୟଧନ ଭୋଇ ଖୁଣ୍ଟି ପଦର ଗ୍ରାମକୁ ଗସ୍ତ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ତାଙ୍କ ପୂର୍ବରୁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସମଲାଇ ପ୍ରସାଦ ପଣ୍ଡା ଗସ୍ତ କରିଥିଲେ। ରୋଗୀ ମାନଙ୍କୁ ଦେଖା ରେଖା ପାଇଁ ଏକ ମେଡ଼ିକାଲ ଟିମ୍ ସଜାଗ ରହିଥିବା ଖୋଦ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଗଣ ମାଧ୍ୟମରେ ବିବୃତ୍ତି ଦେଇଥିଲେ।ତାଙ୍କ ବିବୃତ୍ତୀ ଦେବାର ୪୮ଘଣ୍ଟା ନ ହେଉଣୁ ୨ରୋଗୀଙ୍କ ଆଜି ମୃତ ହୋଇଥିବା ଜଣା ପଡିଛି ସେମାନଙ୍କ ମଧ୍ୟରୁ ଖୁଣ୍ଟି ପଦର୍ ଗ୍ରାମର ୫ମାସ ର ଶିଶୁ ହୋଇଥିବା ବେଳେ ପୋଡ଼ାଆଉଳି ଗ୍ରାମର ଜଣେ ବୋଲି ସୂଚନା ମିଳିଛି। ଅପରପକ୍ଷ ରେ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ କର୍ମଚାରି ମରୁଡ଼ି ଆଶଙ୍କାରେ ରହିଥିବା ବେଳେ କର୍ମଚାରିଙ୍କ ଦେହ ଅସୁସ୍ଥ ହୋଇଥିବା ଜାଣି ମଧ୍ୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆକ୍ରାନ୍ତ ପ୍ରବଣ ଗ୍ରାମରେ କର୍ମ ଚାରୀ ଙ୍କୁ ନିଜ କର୍ତ୍ତବ୍ୟ କରିବାକୁ ପଡ଼ିବ ବୋଲି ଜଣେ କର୍ମଚାରି ଗଣମାଧ୍ୟମ ରେ ଅଭିଯୋଗ କରିଛନ୍ତି।ଏଠାରେ ଗୋଟିଏ କଥା ଉଙ୍କିମାରେ ସ୍ବାସ୍ଥ୍ୟ ବିଭାଗ ର କର୍ମଚାରି ନିଜକୁ ବିପଦ ମଣୁ ଥିବାବେଳେ ସାଧାରଣ ଜନତାଙ୍କ କଥାକୁ କିଏ ପଚାରେ? ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାକୁ ବ୍ଲକବାସି ଗଣ ମାଧ୍ୟମ ଜରିଆ ରେ ଦ୍ରିଢ ଦାବି କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।