ତେଣ୍ଟପୋଷୀ ରାସ୍ତାରେ ବେଆଇନ ଗୋରୁ ବୋଝେଇ ପିକ ଅପ୍ ଭ୍ୟାନ ଜବତ

15

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ହାଟବାଦଡା ଆଖପାଖରେ ଗୋମାଫିଆ ସକ୍ରିୟ ;ଅଂଚଳ ସଂପୂର୍ଣ୍ଣ ଗୋମାଫିଆଙ୍କ ଚରାଭୂଇଁ ।ଆଇନ ଯେତେ କଠୋର ହେଲେ ମଧ୍ଯ ଗୋମାଫିଆଙ୍କ ପାଖରେ ଫୁ । ସୂଚନାଯୋଗ୍ୟ ଶୁକ୍ରବାର ରାତିରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ତରଫରୁ ପେଟ୍ରୋଲିଂ ଚାଲୁଥିବା ବେଳେ କାଦୁଆଣି-ତେଣ୍ଟପୋଷୀ ରାସ୍ତାରେ ୪ଟି ବେଆଇନ ଗୋରୁ ବୋଝେଇ ପିକ୍ ଅପ୍ ଦେଖିବାକୁ ପାଇଥିଲେ । ପୋଲିସକୁ ଦେଖି ୩ଟି ପିକ ଅପ୍ ଭେନକୁ ଆଖି ପିଛୁଳାକେ ଗାଡ଼ି ଧରି ଛୁ ମାରିଥିଲେ ।ପୋଲିସ ତାର ଜୀବନକୁ ବାଜି ଲଗାଇ ଗାଡ଼ିକୁ ପିଛା କରିଥିଲା ।ଗୋମାଫିଆମାନେ ଡରିମରି ରାସ୍ତାରେ ଗୋଟିଏ ଗାଡ଼ିକୁ ଛାଡି ପଳାଇଥିଲା ।ପୋଲିସ ଡରିମରି ଚୋରା ଗୋରୁ ବୋଝେଇ ଗାଡ଼ିକୁ ଆଣି ବଡାମତଳିଆ ଗ୍ରାମାଞ୍ଚଳ ଥାନାକୁ ଆଣିଥିଲେ । ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଅଧିକାରୀ ନିରଦ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ବରୁଣ କୁମାର ଗିରି,ହଳଧର ନାଏକ,ଗୃହରକ୍ଷୀ /ଡ଼୍ରାଇଭର ସମାନ ଓରାମ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More